ଥିରୁଅନନ୍ତପୁରମ:ମଲାୟାଲମ ଅଭିନେତ୍ରୀ ରେଞ୍ଜୁସା ମେନନଙ୍କ ମୃତଦେହ ତାଙ୍କ ଫ୍ଲାଟର ବେଡରୁମରୁ ସୋମବାର ଉଦ୍ଧାର କରାଯାଇଛି । ୩୫ ବର୍ଷୀୟ ଅଭିନେତ୍ରୀ ରେଞ୍ଜୁସା ସ୍ୱାମୀ ମନୋଜଙ୍କ ସହ କାରିୟାମର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ତାଙ୍କର ସ୍ୱାମୀ ମଧ୍ୟ ଜଣେ ଅଭିନେତା । ସ୍ୱାମୀଙ୍କ ବ୍ୟତୀତ ତାଙ୍କ ବାପା ସିଜି ରବୀନ୍ଦ୍ରନାଥ ଏବଂ ମା ଉମାଦେବୀ ମଧ୍ୟ ରହୁଥିଲେ ।
ପ୍ରାଥମିକ ସୂଚନା ଅନୁଯାୟୀ, ଅଭିନେତ୍ରୀ ରଞ୍ଜୁସା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ତେବେ କୁହାଯାଉଛି, ଅଭିନେତ୍ରୀ କିଛି ମାସ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ମୃତ୍ୟୁର ଦିନକ ପୂର୍ବରୁ ସେ ସୋସିଆଲ ମିଡିଆରେ ଶେଷ ପୋଷ୍ଟ କରିଥିଲେ । ତାଙ୍କର ସହ-ଅଭିନେତ୍ରୀ ଶ୍ରୀଦେବୀ ଅନିଲଙ୍କ ସହ ଏକ ଫନି ଭିଡଓ ତାଙ୍କ ଇନଷ୍ଟାରେ ସେୟାର କରିଥିଲେ ।
ତାଙ୍କର ଅଚାନକ ମୃତ୍ୟୁ ପରିବାର ଏବଂ ଆତ୍ମୀୟ ସ୍ୱଜନଙ୍କୁ ଶକ୍ତ ଧକ୍କା ଦେଇଛି । କୋଚିର ମୂଳ ବାସିନ୍ଦା ରେଞ୍ଜୁସା ଟିଭିରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସିଟି ଅଫ ଗଡ, ବମ୍ବେ ମାର୍ଚ୍ଚ, ୱାନ ୱେ ଟିକେଟ, କାର୍ଯ୍ୟସ୍ଥାନ ପରି ଅନେକ ଫିଲ୍ମରେ ଅଭିନୟ କରିଥିଲେ ।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.