Latest Odisha News

BREAKING NEWS

ଭଦ୍ରକରେ ମଦ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ନକଲି ମଦ ପିଇ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ଚାନ୍ଦିମାଳ ଛକ ନିକଟ ବାସୁଦେବପୁର-ଧାମରା ରାସ୍ତା ଅବରୋଧ କରିଛନ୍ତି ।

ମୃତକ ଜଣକଙ୍କ ନାମ ନାରାୟଣ ନାୟକ (୪୦) ଏବଂ ସେ ସଙ୍କର୍ଷଣପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଗତ ରବିବାର ଦିନ ନାରାୟଣ ମଦ ପିଇବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲା । ପରବର୍ତ୍ତୀ ସମୟରେ ପରିବାର ବର୍ଗ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଆହୁରି ମଧ୍ୟ କ୍ଷତିପୁରଣ ଏବଂ ମଦ ଦୋକାନ ବନ୍ଦ ଦାବି କରି ସ୍ଥାନୀୟ ଗ୍ରାମବାସୀମାନେ ସୋମବାର ଦିନ ଏହି ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.