Latest Odisha News

ମହାନ ଟେନିସ ଖେଳାଳି ନାଭ୍ରାତିଲୋଭାଙ୍କୁ କ୍ୟାନସର

ନ୍ୟୁୟର୍କ: ଆମେରିକାର ମହାନ ମହିଳା ଟେନିସ ଖେଳାଳି ମାର୍ଟିନା ନାଭ୍ରାତିଲୋଭା କ୍ୟାନସରରେ ଆକ୍ରାନ୍ତ ହୋଇଛି । ରିପୋର୍ଟ ମୁତାବକ ୬୬ ବର୍ଷୀୟା ଏହି ଖେଳାଳିଙ୍କର ୨୦୧୦ରେ ବ୍ରେଷ୍ଟ କ୍ୟାନସର ହୋଇଥିଲା । ଏହା କିଛି ମାସର ଚିକିତ୍ସା ପରେ ଭଲ ହୋଇ ଯାଇଥିଲା । ନିକଟରେ ଡବ୍ଲ୍ୟୁଟିଏ ଫାଇନାଲ ଦେଖୁଥିବା ବେଳେ ସେ ତାଙ୍କ ବେକରେ ଏକ ଫୁଲା ଅଂଶ ଦେଖିଥିଲେ । ଡାକ୍ତରଙ୍କ ପରାମର୍ଶ ନେବା ପରେ ସେ ଏହାର ବାୟୋପ୍ସି କରାଇଥିଲେ । ଏହା ପ୍ରଥମ ଷ୍ଟେଜର କ୍ୟାନସର ବୋଲି ଜଣା ପଡିଥିଲା । କ୍ୟାନସରର ଦ୍ୱିତୀୟ ଆକ୍ରମଣ ଭୟଙ୍କର ହୋଇଥାଏ ଜାଣିବା ସତ୍ୱେ ମୁଁ ପଜିଟିଭ ରହିଛି ବୋଲି ସେ କହିଛନ୍ତି ।

BjdElectrycity

ଖୁବ ଶୀଘ୍ର ସୁସ୍ଥ ହୋଇ ପୁନର୍ବାର ଆପଣଙ୍କ ସାମ୍ନାକୁ ଆସିବି ବୋଲି ସେ ଦୃଢ଼ତା ସହକାରେ କହିଛନ୍ତି । ନାଭ୍ରାତିଲୋଭାଙ୍କୁ ଆଗାମୀ ଅଷ୍ଟ୍ରେଲିଆନ ଓପନ କମେଂଟ୍ରି ଟିମରେ ସାମିଲ କରାଯାଇଥିଲା । ମାର୍ଟିନା କ୍ୟାରିୟରରେ ୧୮ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଏଥିରେ ୯ ୱିମ୍ବେଲଡନ, ୩ ଅଷ୍ଟ୍ରେଲିଆନ ଓପନ, ୪ ୟୁଏସ ଓପନ ଓ ୨ ଫ୍ରେଂଚ ଓପନ ସାମିଲ ।

Leave A Reply

Your email address will not be published.