Latest Odisha News

BREAKING NEWS

ମିଗ ୨୧ର ସମସ୍ତ ଉଡାଣ ବନ୍ଦ କଲା ବାୟୁସେନା

ନୂଆଦିଲ୍ଲୀ: ମିଗ ବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ବାୟୁସେନା ଶନିବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ବର୍ତମାନ ଏହି ବିମାନର ସମସ୍ତ ପ୍ରକାର ଉଡାଣକୁ ବନ୍ଦ କରାଯାଇଛି । ମେ ୮ରେ ରାଜସ୍ଥାନର ହନୁମାନଗଡରେ ମିଗ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାହିଁକି ଏ ଭଳି ଘଟଣା ବାରମ୍ବାର ହେଉଛି ସେ ନେଇ ମିଗ ୨୧ ବିମାନକୁ ଗ୍ରାଉଣ୍ଡେଡ କରାଯାଇଛି । ଉକ୍ତ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା । ୧୯୬୦ରେ ପ୍ରଥମ ଥର ଏହି ବିମାନକୁ ବାୟୁସେନାରେ ସାମିଲ କରାଯାଇଥିଲା । ୭୦୦ରୁ ଊର୍ଦ୍ଧ୍ୱ ବିମାନ ସେବେଠାରୁ ଭାରତୀୟ ବାୟୁସେନାର ପ୍ରମୁଖ ଅଂଶ ହୋଇ ରହି ଆସିିଥିଲା । ଏବେ ୩ଟି ମିଗ ୨୧ ସ୍କ୍ୱାର୍ଡନ ରହିଛି ।

୨୦୨୧ ଫେବୃୟାରୀରେ ଭାରତ ସରକାର ହାଲ ସହ ୪୮ ହଜାର କୋଟି ଟଙ୍କାର ଚୁକ୍ତି କରି ୮୩ ତେଜସ ଜେଟ ଆଣିବାକୁ ନିଷ୍ପତି ନେଇଥିଲେ । ଏବେ ବାୟୁସେନା ନିକଟରେ ୩୬ଟି ରାଫେଲ ବିମାନ ରହିଛି । ଭାରତ ନିକଟରେ ୮୦୦ ପ୍ରକାରର ଯୁଦ୍ଧ ବିମାନ ରହିଛି । ୧୧୪ଟି ମିଡିୟମ ରୋଲ ଫାଇଟର ଏୟାର କ୍ରାଫ୍ଟ ଆଣିବାକୁ ଯୋଜନା ଚାଲିଛି । ମିଗ ୨୧ ବିମାନ ଦୁର୍ଘଟଣା ହେବା ପଛର କାରଣ ଜଣାପଡିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.