Latest Odisha News

BREAKING NEWS

ପାଣି ଭିତରେ ଅଙ୍କିତାଙ୍କୁ ଚୁମ୍ବନ ଦେଲେ ମିଲିନ୍ଦ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତା ମିଲିନ୍ଦ ସୋମନ ଏବେ ଖୁବ୍ ଚର୍ଚ୍ଚାରେ । ସେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ତାଙ୍କ ପତ୍ନୀ ଅଙ୍କିତା କନୱାରଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି । ସେଠାରେ ପାଣିଭିତରେ ପତ୍ନୀ ଅଙ୍କିତାଙ୍କୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି । ଏହାର ଏକ ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି ।

ସେହିପରି ୨୦୨୦ ମସିହାରେ ୫୫ତମ ଜନ୍ମଦିନ ଅବସରରେ ସେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବା ଦେଖାଯାଇଥିଲା । ଅଙ୍କିତା ନିଜେ ମିଲିନ୍ଦଙ୍କ ଏହି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଏବେ ନିଜର ଆଉ ଏକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ପତ୍ନୀଙ୍କ ସହ ମାଳଦ୍ୱୀପ ଯାଇଥିବା ବେଳର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମିଲିନ୍ଦ ପତ୍ନୀ ଅଙ୍କିତାଙ୍କୁ ପାଣି ଭିତରେ ଚୁମ୍ବନ ଦେଉଥିବା ନଜର ଆସିଛନ୍ତିି । ଫଟୋ ସେୟାର କରି ଏହା ତାଙ୍କର ପ୍ରଥମ ଚୁମ୍ବନ ବୋଲି ଲେଖିଛନ୍ତି ମିଲିନ୍ଦ ।

Leave A Reply

Your email address will not be published.