Latest Odisha News

BREAKING NEWS

ବଳପୂର୍ବକ ଟେକି ନେଲେ, ୩ ଦିନ ହାଜତରେ ରଖି ପୋଲିସ ମାଡ଼ ମାରିଥିବା ଯୁବକଙ୍କ ଅଭିଯୋଗ

ଜଗତସିଂହପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ରହିଛି । ହେଲେ ପୋଲିସ ଯଦି ନିଜେ ଉଶୃଙ୍ଖଳ ହେବ ଲୋକେ କାହାକୁ ଭରସା କରିବେ ? କାହା ପାଖକୁ ନ୍ୟାୟ ପାଇଁ ଯିବେ ? ଏ ପ୍ରଶ୍ନ ଆମେ କରୁନୁ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ତରଡ଼ାପଡ଼ା ଗାଁର ରଶ୍ମିରଞ୍ଜନ ମଲ୍ଲିକଙ୍କ ପରିବାର ପଚାରୁଛି ।

BjdElectrycity

ଅଭିଯୋଗ ଅନୁସାରେ, ଗତ ୪ ତାରିଖରେ ଜଗତସିଂହପୁର ଥାନା ପୋଲିସ ରଶ୍ମିଙ୍କ ପୁଅ ନିହାର ରଞ୍ଜନଙ୍କୁ ଉଠାଇ ନେଇଥିଲା । ଆଉ ଥାନା ହାଜତରେ ୩ ଦିନ ରଖିବା ପରେ ଗ୍ରାମବାସୀ ଆନ୍ଦୋଳନ କରିବାରୁ ନିହାରଙ୍କୁ ରାତି ଅଧରେ ଛାଡ଼ିଥିଲା ପୋଲିସ । ତେବେ ପୋଲିସ କାହିଁକି ନିହାରଙ୍କୁ ହେପାଜତକୁ ନେଇଥିଲା ଓ କାହିଁକି ଛାଡ଼ିଲା ସେନେଇ ପୋଲିସ କିଛି କହୁନି ।

ନିହାରଙ୍କ କହିବା ଅନୁସାରେ, ପୋଲିସ ତାଙ୍କୁ ଏକ ମିଥ୍ୟା ଚୋରି ମାମଲାରେ ଥାନାକୁ ନେଇ ମାରପିଟ୍ କରିଥିଲା । ଥାନାରେ ତିନିଦିନ ରଖିବା ସହ ପ୍ଲାଷ୍ଟିକ ପାଇପରେ ପୋଲିସ ମାଡ଼ ମାରିଥିଲା । ଏପରିକି କିଛି ଖାଇବାକୁ ୩ ଦିନ ଧରି ଦେଇ ନଥିଲେ । ପରିବାର ଲୋକ ଓ ଗ୍ରାମବାସୀ ଥାନା ଆଗରେ ଧାରଣା ଦେବା ପରେ ପୋଲିସ ୪ଟି ସାଧା କାଗଜରେ ସ୍ୱାକ୍ଷର କରି ଛାଡ଼ି ଦେଇଥିବା ନିହାର କହିଛନ୍ତି ।

ଏନେଇ ଡାକ ଯୋଗେ ପୋଲିସକୁ ଅଭିଯୋଗ କରିଥିବା ବେଳେ ନକଲକୁ ଜିଲ୍ଲା ଏସପି, ଡିଜିପି, ମୁଖ୍ୟମନ୍ତ୍ରୀ, ଏସଡିପିଓଙ୍କୁ ପଠାଇଛନ୍ତି । ପୋଲିସ ୩ ଦିନ ଧରି ଥାନା ହାଜତରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ମୁହଁ ଖୋଲୁ ନାହିଁ ।

Leave A Reply

Your email address will not be published.