Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୪୬ ଟି ପଞ୍ଚାୟତ ପାଇଁ ୫୭.୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଜିଲ୍ଲାର ୧୧ ଟି ବ୍ଲକ ପାଇଁ ୫୭.୧୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- କେନ୍ଦୁଝର ଜିଲ୍ଲାର ହାଟଡିହି, ସୁନ୍ଦରଗଡ ଜିଳ୍ଳାର କୋଇରା, ଜିଲ୍ଲାର ନୟାଗଡ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ନୂଆପଡା ଜିଲ୍ଲାର ଖରିଆର, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା, ପୁରୀ ଜିଲ୍ଲାର ଡେଲାଙ୍ଗ, ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଓ ସମଖୁଣ୍ଟା ବ୍ଲକ, ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ କୋଇରା ବ୍ଲକର ୧୫ ଟି ପଚାଂୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୨୧ ଟି ପ୍ରକଳ୍ପ , ହାଟଡିହି ବ୍ଲକର ୩୧ ଟି ପଚାଂୟତ ପାଇଁ ୭.୨୮ କୋଟି ଟଙ୍କାରେ ୩୦୮ ଟି ପ୍ରକଳ୍ପ, ନୟାଗଡ ବ୍ଲକର ୨୯ ଟି ପଚାଂୟତ ପାଇଁ ୭.୨୩ କୋଟି ଟଙ୍କାରେ ୪୦୭ ଟି ପ୍ରକଳ୍ପ, ଜଳେଶ୍ୱର ବ୍ଲକର ୩୫ ଟି ପଚାଂୟତ ପାଇଁ ୮.୭୫ କୋଟି ଟଙ୍କାରେ ୨୮୮ ଟି ପ୍ରକଳ୍ପ, ଖରିଆର ବ୍ଲକର ୨୫ ଟି ପଚାଂୟତ ପାଇଁ ୩.୭୬ କୋଟି ଟଙ୍କାରେ ୨୧୮ ଟି ପ୍ରକଳ୍ପ, କୋଷାଗୁମୁଡା ବ୍ଲକର ୨୬ ଟି ପଚାଂୟତ ପାଇଁ ୫.୬୪ କୋଟି ଟଙ୍କାରେ ୨୭୧ ଟି ପ୍ରକଳ୍ପ, ଡେଲାଙ୍ଗ ବ୍ଲକର ୨୧ ଟି ପଚାଂୟତ ପାଇଁ ୫.୫୯ କୋଟି ଟଙ୍କାରେ ୨୨୬ ଟି ପ୍ରକଳ୍ପ, ଯଶିପୁର ବ୍ଲକର ୨୦ ଟି ପଚାଂୟତ ପାଇଁ ୪.୯୯ କୋଟି ଟଙ୍କାରେ ୧୬୦ ଟି ପ୍ରକଳ୍ପ, ସମଖୁଣ୍ଟା ବ୍ଲକର ୧୪ଟି ପଚାଂୟତ ପାଇଁ ୩.୩୬ କୋଟି ଟଙ୍କାରେ ୧୧୪ ଟି ପ୍ରକଳ୍ପ, ଗଞ୍ଜାମ ବ୍ଲକର ୧୫ ଟି ପଚାଂୟତ ପାଇଁ ୩.୭୫ କୋଟି ଟଙ୍କାରେ ୯୮ ଟି ପ୍ରକଳ୍ପ ଏବଂ କୋଟଗଡ ବ୍ଲକର ୧୫ଟି ପଚାଂୟତ ପାଇଁ ୩ କୋଟି ଟଙ୍କାରେ ୯୧ ଟି ପ୍ରକଳ୍ପ । ଏହିପରି ସମୁଦାୟ ୧୧ ଟି ବ୍ଲକର ୨୪୬ ଟି ପଚାଂୟତ ପାଇଁ ମୁଖ୍ୟମନ୍ତ୍ରୀ ୫୭.୧୦ କୋଟି ଟଙ୍କାରେ ୨୩୦୨ ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୨୯ ଟି ବ୍ଲକର ୪୯୮୪ ଟି ଗ୍ରାମ ପଚାଂୟତ ସହିତ ଆଲୋଚନ ମାଧ୍ୟମରେ ୪୫,୭୧୪ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୧୩୦.୫୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନା ଅନୁଯାୟୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ଉନ୍ନୟନ କମିଶନର, , ପଚାଂୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଚାଂୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.