Latest Odisha News

BREAKING NEWS

କିଏ ସେ କହିଲେ ବିକ୍ରମଙ୍କ ସହ ପ୍ରେମ ସମ୍ପର୍କ ମୋ କ୍ୟାରିୟରକୁ ବର୍ବାଦ କରିଦେଲା

ମୁମ୍ବାଇ: ଗଦର ୨ ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସନୀ ଦେଓଲ ଓ ଅମୀଷା ପଟେଲ ଅଭିନୀତ ଏହି ଫିଲ୍ମର ପ୍ରଥମ ସଂସ୍କରଣ ଐତିହାସିକ ବ୍ୟବସାୟ କରିଥିଲା । ଏବେ ଏହାର ସିକ୍ୱେଲ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଛି । ଦୀର୍ଘ ଦିନ ପରେ ସାକିନା ଭୂମିକାରେ ଅମୀଷା ଅଭିନୟ କରୁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ବିବାହିତ ବିକ୍ରମ ଭଟ୍ଟଙ୍କ ସହ ପ୍ରେମ ସମ୍ପର୍କ ତାଙ୍କ କ୍ୟାରିୟରକୁ ବର୍ବାଦ କରି ଦେଇଥିଲା । ମୋ ଜୀବନରେ ୨ଟି ଏ ଭଳି ସମ୍ପର୍କ ଥିଲା ଯାହା ମୋର କ୍ଷତି କରିଥିଲା । ମୁଁ ଏବେ ଏକୁଟିଆ । ଆଉ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକୁଟିଆ ହେବା ବହୁତ ଜରୁରୀ । ମୋତେ କୌଣସି ପୁରୁଷର ଆବଶ୍ୟକତା ନାହିଁ । ଅମୀଷା ଓ ବିକ୍ରମ ୫ ବର୍ଷ ହେବ ପରସ୍ପରକୁ ଡେଟ କରୁଥିଲେ । ଏହା ପରେ ଉଭୟ ପରସ୍ପରଠାରୁ ଅଲଗା ରହିଥିଲେ ।

ସୁସ୍ମିତା ସେନଙ୍କ ସହ ବ୍ରେକଅପ ପରେ ବିକ୍ରମ ଆତ୍ମହତ୍ୟା କଥା ଚିନ୍ତା କରୁଥିଲେ । ସେ ସମୟରେ ମୁଁ ତାଙ୍କ ନିକଟତର ହୋଇଥିଲେ । ବିକ୍ରମ ମଧ୍ୟ ଅମୀଷାଙ୍କ କ୍ୟାରିୟର ନେଇ ଦୁଃଖ ପ୍ରକାଶ କରିଥିଲେ । ସେ କହିଥିଲେ ଅମୀଷା ଷ୍ଟାରଡମରୁ ହଠାତ ତଳକୁ ଖସି ଆସିଥିଲେ । ଏବେ ମୁଁ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଶୁଭକାମନା ଦେଉଛି । ଅମୀଷାଙ୍କ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.