Latest Odisha News

ବିବାହ ଚର୍ଚ୍ଚା ଭିତରେ ବ୍ରେକ୍‌-ଅପ୍‌: ଅଲଗା ହେବେ ବିଜୟ-ତମନ୍ନା!

ମୁମ୍ବାଇ: ପୁଣି ଭାଙ୍ଗିବାକୁ ଯାଉଛି ବଲିଉଡର ଆଉ ଏକ ପାଓ୍ବାର କପଲଙ୍କ ଯୋଡି । ଖୁବଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି ସେମାନଙ୍କ ବ୍ରେକ୍-ଅପ୍ ଖବର ।

ବଲିଉଡର ପାୱାର କପଲ୍ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ବିବାହ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କିନ୍ତୁ ଏହାରି ଭିତରେ ଦୁହିଁଙ୍କ ବ୍ରେକ୍-ଅପ୍ ଚର୍ଚ୍ଚା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି । କୁହାଯାଉଛି, ସେମାନେ ଏହି କିଛି ଦିନ ଭିତରେ ନିଜ ସଂପର୍କ ଭାଙ୍ଗିବା ନେଇ ଘୋଷଣା କରିପାରନ୍ତି ।

ତେବେ ମିଳିଥିବା ଖବର ଅନୁଯାୟୀ, ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ କାଳେ ଦୁହେଁ ଅଲଗା ହୋଇଯାଇଛନ୍ତି । ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ତମନ୍ନା ଏବଂ ବିଜୟ ବର୍ମା, ଯାହାଙ୍କ ସମ୍ପର୍କ ଗତ ବର୍ଷରୁ ଖବର ଶିରୋନାମା ପାଲଟିଛି, ଏବେ ସେମାନଙ୍କର ସମ୍ପର୍କ ଭାଙ୍ଗିଯାଇଛି । ଯଦିଓ, ଏହି ଦମ୍ପତି ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି, ତଥାପି, ରିପୋର୍ଟରେ ଦାବି କରାଯାଇଛି ଯେ ବ୍ରେକଅପ୍ ସେମାନଙ୍କ ପାରସ୍ପରିକ ବନ୍ଧୁତା ଏବଂ ପରସ୍ପର ପ୍ରତି ସମ୍ମାନକୁ ପ୍ରଭାବିତ କରିବନାହିଁ । ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ସପ୍ତାହେ ପୂର୍ବରୁ ବ୍ରେକ୍-ଅପ୍ କରିଥିଲେ ହେଁ ସେମାନେ ଭଲ ବନ୍ଧୁ ହୋଇ ରହିବାକୁ ଯୋଜନା କରୁଛନ୍ତି । ଉଭୟ ଏବେ ନିଜ ନିଜ କ୍ଷେତ୍ରରେ କଠିନ ପରିଶ୍ରମ କରୁଛନ୍ତି ।

ତେବେ ଏହାକୁ ନେଇ ତମନ୍ନାଙ୍କ ଏକ ପୁରୁଣା ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଛି । ତମନ୍ନା ସେୟାର କରିଥିବା ଏକ ପୋଷ୍ଟ, ଯେଉଁଥିରେ ଲେଖାଥିଲା, ‘ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ ପ୍ରେମ ପାଇବାର ରହସ୍ୟ ହେଉଛି ପ୍ରେମ କରିବା। ଆଉ କାହା ପ୍ରତି ଆଗ୍ରହୀ ହେବାର ରାଜ୍ ହେଉଛି, ଆଗ୍ରହ ଦେଖାଇବା । ଅନ୍ୟମାନେ ତୁମ ମଧ୍ୟରେ ସୁନ୍ଦରତା ଖୋଜିବାର ରହସ୍ୟ ହେୁଛି ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରତା ଖୋଜିବା । ଆଉ କାହାକୁ ନିଜର ବନ୍ଧୁ କରିବାର ରହସ୍ୟ ହେଉଛି, ପ୍ରଥମେ ନିଜେ ତାର ବନ୍ଧୁ ହେବ । ଯାହାକୁ ଏବେ ତମନ୍ନଙ୍କ ବ୍ରେକ୍-ଅପ୍ ସହ ଯୋଡୁଛନ୍ତି ଫ୍ୟାନ୍ସ । କ’ଣ ପୂର୍ବରୁ ତମନ୍ନା ଏନେଇ କିଛି ହିଣ୍ଟ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

ଏହି ନିକଟରେ ହିଁ, ତମନ୍ନା ଏକ ସାକ୍ଷାତକାରରେ, ଆସନ୍ତା ବର୍ଷ ସେମାନଙ୍କ ବିବାହ ଯୋଜନା କରୁଥିବା ନେଇ ମତ ରଖିଥିଲେ । ଯେଉଁଥିରେ ସେ କହିଥିଲେ, ମୁଁ ଏବେ ଜୀବନରେ ବହୁତ ଖୁସି ଅଛି । ବିବାହ ବି ହୋଇପାରେ, ଏହା ଏକ ସମ୍ଭାବନା…କାହିଁକି ନୁହେଁ?… ଯାହାକୁ ନେଇ ଉଭୟଙ୍କ ବିବାହ ନେଇ ଉତ୍ସାହିତ ଥିଲେ ଫ୍ୟାନ୍ସ । ହେଲେ ଏବେ ଏଭଳି ବ୍ରେକ୍-ଅପ୍ ସମସ୍ତଙ୍କୁ ଚମକାଇ ଦେଇଛି । କିନ୍ତୁ ଏନେଇ ଉଭୟଙ୍କ ପକ୍ଷରୁ କୌଣସି ବି ସ୍ପଷ୍ଟିକରଣ ମିଳିନାହିଁ ।

Comments are closed.