Latest Odisha News

BREAKING NEWS

କେନ୍ଦୁଝରରେ ଆଜି ଅମିତ ଶାହଙ୍କ ପ୍ରଚାର, ୧୭ରେ କଟକ ଓ ଢେଙ୍କାନାଳ

ଭୁବନେଶ୍ୱର : ଓଡିଶାରେ ୪ ଲୋକସଭା ଓ ୨୮ ଟି ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ୨ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ରାଜନୈତିକ ଦଳମାନେ ଜୋରଦାର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି ।

ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର ଦିନ ଓଡିଶା ଗସ୍ତରେ ଆସିଛନ୍ତି । ତାଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେ ପ୍ରାୟ ଦିନ ୧୧ଟା ବେଳେ କେନ୍ଦୁଝର ମେଡିକାଲ କଲେଜ ପଡିଆରେ ପହଞ୍ଚିବା ସହ ସେଠାରେ ଆୟୋଜିତ ଏକ ବିଜୟ ସଂଙ୍କଳ୍ପ ସମାବେଶରେ ଉଦବୋଧନ୍ କରିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ମଧ୍ୟ ଶ୍ରୀଯୁକ୍ତ ଶାହ ପୁଣିଥରେ ଏପ୍ରିଲ୍ ୧୭ ତାରିଖରେ ଢେଙ୍କାନଳ ଉପକଣ୍ଠସ୍ଥ ମହିସପଟ ନିକଟରେ ଥିବା ବସଷ୍ଟାଣ୍ଡରେ ଏକ ଜନସଭାକୁ ସମ୍ବୋଧିତ କରିବେ । ପରବର୍ତ୍ତୀ ସମୟରେ କଟକ ଜିଲ୍ଲାର ବଡମ୍ବା ଅଭିମୁଖେ ଗସ୍ତ କରିବା ସହ ନିକଟସ୍ଥ ଟେନିସ୍ ପଡିଆରେ ଏକ ଜନ ସମାବେଶରେ ଉଦବୋଧନ୍ ଦେବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.