Latest Odisha News

BREAKING NEWS

ଗାଁକୁ ରାସ୍ତା ନାହିଁ, ଜିନିଷପତ୍ର ଆଣିବାକୁ ବିମାନରେ ଯାଆନ୍ତି ଲୋକେ

ୱାଶିଂଟନ: ସାଧାରଣତଃ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ସବୁ ସୁବିଧାରୁ ବଞ୍ଚିତ ହୋଇଥାନ୍ତି । ହେଲେ ଆମେରିକା ସହରରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କୌଣସି ସୁବିଧା ନାହିଁ ।

ଆମେରିକାର ଆଲାକ୍ସାରେ ରହିଛି ପୋର୍ଟ ଏଲ୍‌ସୱର୍ଥ୍ ଗାଁ । ଏହି ଗାଁରେ କେବଳ ୧୮୬ ଜଣ ରହୁଛନ୍ତି । ଏହି ସ୍ଥାନ ଅତ୍ୟନ୍ତ ସୁନ୍ଦର ହୋଇଥିଲେ ମଧ୍ୟ ଏଠାରେ ରହିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ହେଲେ ଲୋକଙ୍କ ଯାଆସ ପାଇଁ ରାସ୍ତା ଖଣ୍ଡେ ନାହିଁ । ସୁପରମାର୍କେଟ୍‌, ହସ୍ପିଟାଲ ଏବଂ ପବ୍ କଥା ନ କହିବା ଭଲ । ଏଠାକୁ ବୁଲିବାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ରହୁଥିବା ୨୫ ବର୍ଷୀୟା ସାଲିନା ଏଲ୍‌ସୱର୍ଥ୍ କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ହେଲାଣି ସେ ତାଙ୍କ ସ୍ୱାମୀ ଜାରେଡ୍ ରିଚାର୍ଡସନ୍ ସହ ରହୁଛନ୍ତି । ସାଲିନାଙ୍କ ଏକ ରେଷ୍ଟୁରାଣ୍ଟ ରହିଛି । ଯେଉଁଠାକୁ ଅନେକ ପର୍ଯ୍ୟଟକ ଆସନ୍ତି ।

ଯଦି ସେମାନଙ୍କର କିଛି ସାମଗ୍ରୀ ଆବଶ୍ୟକ ହୁଏ ତେବେ ଏହା କିଣିବାକୁ ବିମାନ ଯୋଗେ ୨୦୦ ମାଇଲ ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ । ସାଧାରଣତଃ ଆରାମଦାୟକ ଯାତ୍ରା ପାଇଁ ହେଉ କି ସମୟ ବଞ୍ଚାଇବା ପାଇଁ ଲୋକେ ବିମାନରେ ଯାଇଥାନ୍ତି । ହେଲେ ଏଠାକାର ଲୋକେ ନିଜର ଜରୁରୀ ଜିନିଷପତ୍ର ଆଣିବା ପାଇଁ ବିମାନରେ ଯାଇଥାନ୍ତି । ଏଠାରେ କେବଳ ଛୋଟ ବିମାନ ହିଁ ଲ୍ୟାଣ୍ଡିଂ କରିବାରେ ବ୍ୟବସ୍ଥା । ଏହି ଗାଁରେ ଏକ ଛୋଟ କ୍ଲିନିକ୍ ରହିଛି, ଯେଉଁଠାରେ କେବଳ ସନ୍ତାନ ପ୍ରସବ କରାଯାଇଥାଏ ।

Leave A Reply

Your email address will not be published.