Latest Odisha News

BREAKING NEWS

ଫଟୋ ପୋଜ୍ ପାଇଁ ହାତ ଦେଖାଇ କାର ଅଟକାଇଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ତାଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ନାୟିକା ସାଜିିଛନ୍ତି । ମଙ୍ଗଳବାର ଏହି ଫିଲ୍ମର ସ୍କ୍ରିନିଂ କରାଯାଇଥିଲା । ଏହି ଯୋଡ଼ିକୁ ଦେଖିବା ପାଇଁ ଲୋକେ ଖୁବ୍ ଉତ୍ସାହିତ ଅଛନ୍ତି । ବୁଧବାର ରଣବୀରଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଫଟୋଗ୍ରାଫରଙ୍କୁ ପୋଜ୍ ଦେବା ବେଳେ ଏମିତି କିଛି କରିଥିଲେ, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବୁଧବାର କୌଣସି ସ୍ଥାନକୁ ଯିବା ପାଇଁ ରଣବୀର ବିମାନବନ୍ଦରରେ ପହଞ୍ôଚଥିଲେ । ସେ ତାଙ୍କ କାରରୁ ଓହ୍ଲାଇ ଭିତରକୁ ଯିବା ପୂର୍ବରୁ ଫଟୋଗ୍ରାଫରଙ୍କ ପାଇଁ ଅଟକୁଛନ୍ତି । ଏହି ସମୟରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଓଦା ହୋଇ ଫଟୋଗ୍ରାଫରଙ୍କୁ ପୋଜ୍ ଦେଉଥିବା ନଜର ଆସିଛନ୍ତିି । ଏତିକି ବେଳେ ତାଙ୍କ ଆଡକୁ ଏକ କାର୍ ଚାଲି ଆସୁଥିବାରୁ ରଣବୀର ହାତ ଦେଖାଇ ତାଙ୍କୁ ଅଟକିବାକୁ କହୁଛନ୍ତି । ଏହା ପରେ ସେ ବର୍ଷାରେ ଓଦା ହୋଇ ଫଟୋଗ୍ରାଫରଙ୍କୁ ପୋଜ୍ ଦେଇଥିଲେ । ପରେ ବିମାନବନ୍ଦର ଭିତରକୁ ଯାଉଛନ୍ତି । ଏହି ସମୟରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ସହ କଳା ଚଷମା ପିନ୍ଧିଥିଲେ । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

ରଣବୀରଙ୍କ ଏହି ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଅନ୍ୟମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର, ଶବାନା ଆଜମୀ ଏବଂ ଜୟା ବଚ୍ଚନଙ୍କ ଭଳି ବରିଷ୍ଠ କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

 

Leave A Reply

Your email address will not be published.