Latest Odisha News

BREAKING NEWS

ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ପ୍ରକାଶ ପାଇଲା ‘ଅନାମ-୨୦’

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ସ୍ଥାନୀୟ ଶୈଳଶ୍ରୀବିହାରର ଜଗନ୍ନାଥ ମନ୍ଦିରରେ ‘ଅନାମ କାବ୍ୟ ଆନ୍ଦୋଳନ’ର ମୁଖପତ୍ରର ପରବର୍ତ୍ତୀ ସଂଖ୍ୟା ‘ଅନାମ-୨୦’ ଲୋକାର୍ପିତ ହୋଇଯାଇଛି । ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଏହି ପତ୍ରିକାଟି ପ୍ରକାଶିତ ହୋଇଛି ।

ଏହି ଲୋକାର୍ପିତ ସମାରୋହରେ ବିଶିଷ୍ଟ କଥାକାର ଦାଶ ବେନହୁର, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ କବି ହୃଷୀକେଶ ମଲ୍ଲିକ, ଗାଳ୍ପିକ ପରେଶ କୁମାର ପଟ୍ଟନାୟକ, ‘ପକ୍ଷୀଘର’ର ସମ୍ପାଦକ ଓ ପ୍ରକାଶକ ବନୋଜ ତ୍ରିପାଠୀ, ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ରଞ୍ଜନ ଶତପଥୀ ଓ ଲେଖକ ତଥା ସମ୍ପାଦକ ଭାସ୍କର ପରିଛା, ‘କଥାକଳିକା’ର ସମ୍ପାଦକ ଓ କବି ଦୁର୍ଗା ଷଡ଼ଙ୍ଗୀ, କବି ମନୁଆ ଦାସ, ଓଡ଼ିଶୀ ସଙ୍ଗୀତର ଯୁବ ଗବେଷକ ପ୍ରତୀକ ପଟ୍ଟନାୟକ ଓ ଅନାମ କବି ନେତ୍ରାନନ୍ଦ ସାମନ୍ତରାୟ ଏବଂ ମନୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

୧୮୪ ପୃଷ୍ଠା ସମ୍ବଳିତ ଏହି ପତ୍ରିକାଟି ପ୍ରକାଶନୀ ସଂସ୍ଥା ଧଉଳି ବୁକ୍ସଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ବେଳେ ଏହାର ମୂଲ୍ୟ ମାତ୍ର ୧ ଟଙ୍କା ରଖାଯାଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ପତ୍ରିକାଟି ପ୍ରକାଶ ପାଇଥିବାରୁ ‘ଅନାମ ସାହିତ୍ୟ’ ପ୍ରତି ଆଗ୍ରହୀ ଥିବା ପାଠକମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି ହୋଇଛି ।

 

 

Leave A Reply

Your email address will not be published.