Latest Odisha News

BREAKING NEWS

ହ୍ୱାଟ୍ସଆପରେ ଭାଇରାଲ୍ ହେଲା ମ୍ୟାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର

କଟକ: ଶୁକ୍ରବାର ଦିନ ସାରା ରାଜ୍ୟରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ, ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପରେ ଓଡ଼ିଆ ପ୍ରଶ୍ନପତ୍ର ହ୍ୱାଟ୍ସଆପରେ ଭାଇରାଲ୍ ହେବାର ଅଭିଯୋଗ ହୋଇଛି ।

ଏହି ପ୍ରଶ୍ନପତ୍ର ଏବେ କୋରାପୁଟ ଜିଲ୍ଲା ଜୟପୁର, ନୂଆପଡ଼ା ଜିଲ୍ଲା, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଏବଂ କନ୍ଧମାଳ ଜିଲ୍ଲାରେ ମୋବାଇଲ୍ ଫୋନରୁ ମୋବାଇଲକୁ ଭାଇରାଲ୍ ହୋଇ ଘୁରିବାରେ ଲାଗିଛି ।

ଏହି ଘଟଣା ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଏହା କେବଳ ଏକ ‘ଗୁଜବ’ ମାତ୍ର ।

ଆଜି ସକାଳ ୮ଟା ସମୟରେ ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇ ୩୦୪ଟି ନୋଡ଼ାଲ୍ ସେଣ୍ଟରରୁ କଡ଼ା ସୁରକ୍ଷା ବଳ ମାଧ୍ୟମରେ ପ୍ରଶ୍ନପତ୍ର ଗୁଡ଼ିକୁ ବିଭିନ୍ନ ପରୀକ୍ଷାକେନ୍ଦ୍ର ଗୁଡ଼ିକରେ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଜଣାଇଛନ୍ତି । “ଏହି ପ୍ରଶ୍ନପତ୍ର ଗୁଡ଼ିକୁ ବରିଷ୍ଠ ପଦାଧିକାରୀ, କେନ୍ଦ୍ର ସୁପରିଟେଣ୍ଡେଣ୍ଟ ତଥା ଛାତ୍ରମାନଙ୍କ ସମ୍ମୁଖରେ ଓ ଉପସ୍ଥିତିରେ ଖୋଲାଯାଇଥିଲା । ତେଣୁ ପ୍ରଶ୍ନପତ୍ର ଲିକ୍ ହେବାର ଆଦୌ ପ୍ରଶ୍ନ ହି ଉଠୁନାହିଁ,” ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.