Latest Odisha News

ବଦ୍ରିନାଥ ଯାଇଥିବାବେଳେ ଘରୁ ଲୁଟ୍, ସିସିଟିଭିରେ କଏଦ ହେଲା ଚୋରିବେଳର ଦୃଶ୍ୟ

ଭୁବନେଶ୍ବର: କିଛି ଦିନ ହେବ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି ଘଟଣା ଏବେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୁଣି ଆଜି (ମଙ୍ଗଳବାର) ରାଜଧାନୀର ଆଉ ଏକ ଆପାର୍ଟମେଣ୍ଟରେ ଲୁଟ ଘଟଣା ସାମ୍ନାକୁ ଆସିଛି । ଭରତପୁର ଥାନା ଅଞ୍ଚଳରେ ଥିବା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟରେ ଆଉ ଏକ ଘରୁ ଚୋରି ହୋଇଛି । ଘର ମାଲିକ ବଦ୍ରିନାଥ ଯାଇଥିବା ବେଳେ ଘରେ କଳାକନା ବୁଲାଇଛନ୍ତି ଲୁଟେରା ।

 

ସୂଚନା ମୁତାବକ, ଆପାର୍ଟମେଣ୍ଟରେ ରହୁଥିବା ତ୍ରିଲୋଚନ ଦାସଙ୍କ ଘରୁ ୫ ଲକ୍ଷ ଟଙ୍କାର ସୁନା ଗହଣା ଓ ଆସବାବପତ୍ର ଚୋରି ହୋଇଛି । ଚୋରି ବେଳର ଫୁଟେଜ ସିସିଟିଭିରେ କଏଦ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

ତେବେ ଗତ ରବିବାର ଦୀପାବଳୀ ଦିନ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ସ୍ୱାମୀ, ସ୍ତ୍ରୀ, ଓ ପୁଅ ଘର ବାହାରେ ବାଣ ଫୁଟାଉଥିବାବେଳେ ଣେ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ୫ଟି ସୁନା ମୁଦି, ମଙ୍ଗଳସୂତ୍ର, ୨ଟି କାନ ଫୁଲ ଓ ନଗଦ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଏହି ଘଟଣାକୁ ଦୁଇ ଦିନ ନପୁରୁଣୁ ପୁଣି ଆଉ ଏକ ଆପର୍ଟାମେଣ୍ଟରୁ ଚୋରି ହେବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ପ୍ରଶ୍ନ ସୃଷ୍ଟି କରିଛି ।

 

ସେପଟେ ରାଜଧାନୀ ଭିତରେ ଲଗାତାର ସେଫ୍ ସିଟି ଡ୍ରାଇଭ୍ ସାଙ୍ଗକୁ ସ୍ପେଶାଲ ଡ୍ରାଇଭ୍ ଚଳାଇଥିଲେ ସୁଦ୍ଧା ବିଭିନ୍ନ ଆପାର୍ଟମେଣ୍ଟର ତଥ୍ୟ କିପରି ବାହାରକୁ ଲିକ୍ ହେଉଛି ତାହା ଡିଟେକ୍ଟ କରିବା ଏବେ ପୋଲିସ୍ ପାଇଁ ଚାଲେଞ୍ଜ ପାଲଟିଛି ।

Leave A Reply

Your email address will not be published.