Latest Odisha News

BREAKING NEWS

ଜୁହୁରେ ଭଡା ରହିବେ ବିରୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜୁହୁରେ ଭଡା ଘରେ ରହିବେ । ରିପୋର୍ଟ ମୁତାବକ ବିରୁଷ୍କା ଜୁହୁରେ ଏକ ୧୬୫୦ ସ୍କ୍ୱାୟରଫୁଟ ଘରକୁ ପ୍ରତି ମାସ ପିଛା ୨.୭୬ ଲକ୍ଷ ଟଙ୍କା ଭଡା ଦେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଘର ପୂର୍ବତନ କ୍ରିକେଟର ସମରଜିତ ସିଂ ଗାଏକ୍ୱାଡଙ୍କ ନାମରେ ରହିଛି । ବରୋଦା ରାଜ ପରିବାର ସେ ବଂଶଜ ଅଟନ୍ତି । କରୋନା ସମୟରେ ବିରୁଷ୍କା ଆଲୀବାଗରେ ରହୁଥିଲେ । ସେହି ସ୍ଥାନ ସେମାନଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ସେମାନେ ଏହାକୁ ୧୦.୦୫ କୋଟିରେ କିଣିଥିଲେ । ଏହି ଘରେ ୪ଟି ବେଡରୁମ୍ସ, ୨ଟି ଗ୍ୟାରେଜ ଏବଂ ଅନ୍ୟ ସମସ୍ତ ସୁବିଧା ସୁଯୋଗ ରହିଛି ।

ଏହା ବ୍ୟତୀତ ସେମାନେ ଗୁରୁଗ୍ରାମରେ ୮୦କୋଟି ଟଙ୍କାର ଏକ ଘର କିଣିଛନ୍ତି । ମୁମ୍ବାଇରେ ମଧ୍ୟ ସେମାନଙ୍କ ପାଖରେ ଏକ ୩୪ କୋଟି ମୂଲ୍ୟର ଏକ ଆପାର୍ଟମେଂଟ ଓ ୧୦ କୋଟିର ୩ ବିଏଚକେ ଫ୍ଲାଟ ରହିଛି । ଏତେ ଘର ଥିବା ସତ୍ୱେ ସେମାନେ ଜୁହୁରେ କାହିଁକି ଭଡା ଘରେ ରହିବାକୁ ମନସ୍ଥ କଲେ ତାହା କେହି ବୁଝି ପାରୁ ନାହାନ୍ତି ।

Leave A Reply

Your email address will not be published.