Latest Odisha News

ଆପ୍ ରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର

ନଭେମ୍ବରରେ ଯାଇଥିଲେ ଟିଏମସି

ଭୁବନେଶ୍ୱର: ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର ଆଜି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ସୋମବାର ସକାଳେ ଅଶୋକ ଆପ୍ ମୁଖ୍ୟ କେଜ୍ରିୱାଲଙ୍କୁ ଦିଲ୍ଲୀରେ ଭେଟି ଦଳରେ ଯୋଗ ଦେଇଛନ୍ତି । ପଞ୍ଜାବରେ ଆପ୍ ଚମକ୍ରାର ପ୍ରଦର୍ଶନ କରିବା ପରେ ଅନେକ ନେତା ଦଳକୁ ଡିଆଁ ମାରିଛନ୍ତି ।

ଗତ ବର୍ଷ ନଭେମ୍ବର ମାସରେ ଅଶୋକ ଟନୱର ଟିଏମସିରେ ଯୋଗ ଦେଇଥିଲେ ।ଟିଏମସି ପଶ୍ଚିମବଙ୍ଗରୁ ବାହାରି ଜାତୀୟ ସ୍ତରରେ ଉପସ୍ଥିତି ସୃଷ୍ଟି କରିବାକୁ ଚାହୁଁଥିଲା ବେଳେ ଅଶୋକ ହରୟାଣାରେ ବଡ଼ ଭୂମିକା ନେଇଥିଲେ । ଛଅ ମାସ ଭିତରେ ଟିଏମସି ଛାଡ଼ି ଅଶୋକ ଆଜି ଆପ୍ ହାତ ଧରିଛନ୍ତି ।

୨୦୧୯ରେ ବିଧାନସଭା ନିର୍ବାଚନ ଆଗରୁ ଅଶୋକ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସିରସାରୁ ସାଂସଦ ହୋଇଥିବା ଅଶୋକ ହରୟାଣା କଂଗ୍ରେସର ସଭାପତି ମଧ୍ୟ ଥିଲେ । ଦଳୀୟ କନ୍ଦଳ କାରଣ ଦର୍ଶାଇ ସେ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ପରେ, ସେ ଗତବର୍ଷ ନଭେମ୍ବରରେ ଟିଏମସିରେ ଯୋଗ ଦେଇଥିଲେ । ପଞ୍ଜାବରେ ଆପ୍ ର ବିପୁଳ ବିଜୟ ପରେ ଅନେକ ସ୍ଥାନୀୟ ନେତା ବିଜେପି, କଂଗ୍ରେସରୁ ଆସି ଆପ୍ ରେ ଯୋଗ ଦେଇଛନ୍ତି । ର୍ପୂବରୁ ଅଶୋକ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଭଳି ଗୁରୁତ୍ୱପୂର୍ଣ୍ ପଦବୀ ସମ୍ଭାଳିଛନ୍ତି । ହେଲେ ବିଧାନସଭା ଟିକଟ କଟିବା ପରେ ସେ ନିରୁତ୍ସାହିତ ହୋଇ ଦଳ ଛାଡ଼ିଥିଲେ ।

Leave A Reply

Your email address will not be published.