Latest Odisha News

ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନୂଆପଡା: ATM କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଥିବା ଏକ ଏଟିଏମକୁ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଖଡ଼ିଆଳ ମିଶନ ନିକଟରେ ଥିବା SBI ଏଟିଏମକୁ କୌଣସି ଦୁର୍ବୃତ୍ତ ମାନେ ଆସି ଗ୍ୟାସ କଟର ମାଧ୍ୟମରେ କାଟି ଉଠାଇ ନେଇଯାଇଛନ୍ତି । ATM ଭିତରେ ୧୪ ଲକ୍ଷ ୮୦ ହଜାର ପାଞ୍ଚ ଶହ ଟଙ୍କା ରହିଥିବା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମ୍ୟାନେଜର ସୂଚନା ଦେଇଛନ୍ତି । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନୂଆପଡା SP ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଖଡ଼ିଆଳ SDPO ଅରୁପ ଅଭିଷେକ ବେହେରା କହିଛନ୍ତି ।

Leave A Reply

Your email address will not be published.