Latest Odisha News

BREAKING NEWS

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ:’ସମୟ ଗଡ଼ିଯାଉଛି, ଯାହା କରିବାର ଅଛି ଶୀଘ୍ର କର’, ବଢିଲା…

ୱାସିଂଟନ/ତେହେରାନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆନୁଷ୍ଠାନିକ ଭାବେ କ୍ଷମତା ଗ୍ରହଣ କରିବା ପୂର୍ବରୁ ଆକ୍ସନ ମୋଡକୁ ଆସିଯାଇଛନ୍ତି। ତାଙ୍କର ପ୍ରଥମ ଟାର୍ଗେଟରେ ଅଛି ଇରାନ। ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଏବଂ ଅଶାନ୍ତି ଭିତରେ ଇରାନକୁ ଏକ କଡ଼ା ବାର୍ତ୍ତା…

ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ ଦାବି: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ

ଭୁବନେଶ୍ୱର: ଦିନକୁ ଦିନ ଆକାଶଛୁଆଁ ହେଉଥିବା ଇନ୍ଧନ ଦର ଏବଂ ବଢ଼ୁଥିବା ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିଦେଲାଣି। ଏହି ଜ୍ୱଳନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର।…

ସ୍ତ୍ରୀ ସହ କଳି, ପ୍ରତିଶୋଧ ନେଲା ସ୍ୱାମୀ: ଅନ୍ଧାର ରାତିରେ ଶ୍ୱଶୁର ଘର ଜାଳିଦେଲା ମଦ୍ୟପ ଜ୍ୱାଇଁ

ଢେଙ୍କାନାଳ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାଧାରଣ ଝଗଡ଼ା। ଆଉ ତାର ପରିଣାମ ଏତେ ଭୟଙ୍କର ହେବ, ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ପାରିବାରିକ କଳହ ଓ ମଦ୍ୟପାନକୁ କେନ୍ଦ୍ର କରି ଜଣେ ଯୁବକ ଏମିତି ରକ୍ତମୁଖା ସାଜିଲେ ଯେ, ସ୍ତ୍ରୀ ଉପରେ ଥିବା ରାଗକୁ ନେଇ ସିଧାସଳଖ ଶ୍ୱଶୁର ଘରେ ନିଆଁ…

ନବମ ଶ୍ରେଣୀରୁ ଲାଗୁ ହେବ CBSEର ନୂଆ ନିୟମ: ଓଡ଼ିଶା ପାଇଁ ବଡ଼ ଆଶ୍ୱସ୍ତି, ହେଲେ ବଦଳିବ ଟାଇମଟେବୁଲ୍ ଓ ବଢ଼ିବ ବୋଝ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ନବମ ଶ୍ରେଣୀଠାରୁ ଲାଗୁ ହେବାକୁ ଥିବା ନୂଆ 'ତ୍ରି-ଭାଷା ନୀତି' (Three-Language Policy) କୁ ନେଇ ସାରା ଦେଶରେ ଏବେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ମେଟ୍ରୋ ସହରଗୁଡ଼ିକରେ…

କୂଅ ଭିତରେ ଛଟପଟ ହେଲା ବଣୁଆ ଭାଲୁ, ସିଡ଼ି ପକାଇ ବାଟ କଢ଼ାଇଲା ବନ ବିଭାଗ

ବାରିପଦା: ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହୋଇଥିଲା ବଣୁଆ ଭାଲୁ। କିନ୍ତୁ ଅସାବଧାନତା ବଶତଃ ଖସି ପଡ଼ିଥିଲା ଏକ ଶୁଖିଲା କୂଅ ଭିତରେ। ପ୍ରାୟ ୧୫ ଘଣ୍ଟାର ଛକାପଞ୍ଝା ପରେ ଶେଷରେ ସଫଳ ହୋଇଛି ବନ ବିଭାଗର ଉଦ୍ଧାର କାର୍ଯ୍ୟ। କୌଣସି ଟ୍ରାଙ୍କୁଲାଇଜର (ଚେତାଶୂନ୍ୟ ଇଞ୍ଜେକ୍ସନ) ବ୍ୟବହାର…

“ଯିଏ ଯିବାକୁ ଚାହୁଁଛି ଯାଉ, ମୁଁ ନିଜେ କାନ୍ଥ ରଙ୍ଗ କରି ଦଳକୁ ପୁଣି ଗଢ଼ିବି”: ନିର୍ବାଚନ ପରାଜୟ ପରେ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶକ୍ତ ଧକ୍କା ଖାଇବା ପରେ ଏବେ ଦଳକୁ ସଜାଡ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ନିର୍ବାଚନରେ ଦଳର ଭାରି ପରାଜୟ ପରେ କାଳୀଘାଟ ସ୍ଥିତ ନିଜ ବାସଭବନରେ ମମତା ବାନାର୍ଜୀ ଦଳୀୟ ପ୍ରାର୍ଥୀ ଓ ନେତାମାନଙ୍କୁ…

‘ଆମ ବସ’ ଚକା ଜାମ୍: ଦରମା ବୃଦ୍ଧି ଓ EPF ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ, ହନ୍ତସନ୍ତ ଯାତ୍ରୀ

ରାଉରକେଲା: ସହରରେ ସାଧାରଣ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ‘ଆମ ବସ’ ସେବାରେ ନିୟୋଜିତ ଥିବା ଡ୍ରାଇଭର ଓ କର୍ମଚାରୀମାନେ ଅଚାନକ ଆନ୍ଦୋଳନକୁ ଓହ୍ଲାଇବା ଯୋଗୁଁ ସହରରେ ବସ୍ ଚଲାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦରମା ବୃଦ୍ଧି ଏବଂ କର୍ମଚାରୀ…

ଅପରାଧୀଙ୍କୁ ଡିଜିପିଙ୍କ ଖୋଲା ଚେତାବନୀ: “ଓଡ଼ିଶାରେ ମାଫିଆଙ୍କ ପାଇଁ ସ୍ଥାନ ନାହିଁ”

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଏବଂ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସ ମହାନିର୍ଦ୍ଦେଶକ ଏକ ବଡ଼ ବୟାନ ଦେଇଛନ୍ତି। ଓଡ଼ିଶାରେ ଅପରାଧୀ ଓ ମାଫିଆଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି। ଯଦି କୌଣସି ଅପରାଧୀ ପୋଲିସ ଉପରକୁ ଆକ୍ରମଣ…

ସମ୍ବଲପୁରରେ ପୋଲିସ ଏନକାଉଣ୍ଟର: ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ବନ୍ଧୁକ ଓ ଗୁଳି ଜବତ

ସମ୍ବଲପୁର: ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଭାବେ ଆହତ ହୋଇଛି। ଆହତ ଅପରାଧୀ ଜଣକ ହେଉଛି ମହମ୍ମଦ ସାହିଲ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ…

କଣାସରେ ବାର୍ଡ ଫ୍ଲୁ ଆଶଙ୍କା: ରାସ୍ତା କଡ଼ରେ କୁଢ଼ କୁଢ଼ ମଲା କୁକୁଡ଼ା, ଆତଙ୍କିତ ସ୍ଥାନୀୟ ଲୋକେ

କଣାସ: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଏବେ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। କଣାସ ନୂଆ ଜଗନ୍ନାଥ ସଡ଼କର କଉଡିଆପୁରରୁ କାଦୁଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଏକାଧିକ ମଲା ବ୍ରଏଲର କୁକୁଡ଼ା ପଡ଼ି ରହିଥିବା ଦେଖିବାକୁ ମିଳିଛି।…