Latest Odisha News

BREAKING NEWS

ବାଲେଶ୍ୱର ନୀଳଗିରିରେ ଟଳିଲା ବଡ଼ ରେଳ ଦୁର୍ଘଟଣା, ମାଲବାହୀ ଟ୍ରେନ ଉପରେ ଖସିଲା ବିଶାଳ କ୍ରେନ

ବାଲେଶ୍ୱର: ନୀଳଗିରି ଅନ୍ତର୍ଗତ ଗୋପୀନାଥପୁର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସ୍ଥାନୀୟ ଏକ ସ୍ଲିପର କାରଖାନାରେ କାମ ଚାଲିଥିବା ବେଳେ ଏକ କ୍ରେନ ହଠାତ ଭାରସାମ୍ୟ ହରାଇ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରେ ଖସି ପଡିଛି। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ ସେଠାରେ ଥିବା…

ବରମୁଣ୍ଡାରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ ଉଦ୍ୟମ, ଦୁର୍ବୃତ୍ତକୁ କାବୁ କଲେ ସ୍ଥାନୀୟ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବସକୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜଣେ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଛି। ତେବେ ଜଣେ ସ୍ଥାନୀୟ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସିକତା ଯୋଗୁଁ ଏକ…

ଇରାନର ଦାବି: ଆମେରିକାର ବିମାନ ଖସାଇଲୁ, ଆମେରିକା କହିଲା- ମିଛ!

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ତିକ୍ତତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇରାନର ରାଷ୍ଟ୍ରୀୟ ଗଣମାଧ୍ୟମ ଦାବି କରିଛି ଯେ, ଇରାନ ସେନା ଆମେରିକାର ଏକ ବିମାନକୁ ଖସାଇ ଦେଇଛି। ଇରାନର ବୁଶେହର ପ୍ରଦେଶର ଜାମ୍ ଗଭର୍ଣ୍ଣରେଟ୍ (Jam governorate) ଅଞ୍ଚଳରେ ଏହି ଘଟଣା ଘଟିଥିବା ଦାବି…

କାଳବୈଶାଖୀର ତାଣ୍ଡବ: ଅନୁଗୋଳରେ ଘର ଉପରେ ଗଛ ପଡି ମହିଳାଙ୍କ ମୃତ୍ୟୁ

ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ ଜଣେ ମହିଳାଙ୍କର ପ୍ରାଣହାନି ଘଟିଛି। …

ମେ ୩୦ କିମ୍ବା ୩୧ରେ କେରଳ ଛୁଇଁପାରେ ମୌସୁମୀ, ଜାଣନ୍ତୁ ଓଡ଼ିଶା ପାଇଁ କଣ ରହିଛି ପୂର୍ବାନୁମାନ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି ଯେ ଚଳିତ ମାସ ୩୦ କିମ୍ବା ୩୧ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇପାରେ। ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ପାଣିପାଗ ମଡେଲକୁ ତର୍ଜମା କଲେ ମେ ୩୦ରୁ ଜୁନ ୩ ତାରିଖ…

ବି.ଆର. ଚୋପ୍ରାଙ୍କ ‘ମହାଭାରତ’ରେ ‘କୁନ୍ତୀ’ ଭୂମିକାରେ ଅଭିନୟ କରିଥିବା ନାଜନୀନ କିଏ?…

ମୁମ୍ବାଇ: ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ପୌରାଣିକ ଧାରାବାହିକ 'ମହାଭାରତ'ର ପ୍ରତ୍ୟେକଟି ଚରିତ୍ର ଆଜି ବି ଦର୍ଶକଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ବିଶେଷକରି ପାଣ୍ଡବମାନଙ୍କ ମା' 'କୁନ୍ତୀ' ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ନାଜନୀନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା।…

ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ତାତିରୁ ଆଶ୍ୱସ୍ତି ମିଳିଲେ ବି ବ୍ୟାପକ କ୍ଷୟକ୍ଷତି; ଜଣେ ଆହତ

ଭୁବନେଶ୍ୱର: ସାରା ରାଜ୍ୟକୁ ଗ୍ରାସ କରିଥିବା ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ। ସନ୍ଧ୍ୟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ପବନ ଓ ବର୍ଷା ହୋଇଛି। ତେବେ ଏହି ବର୍ଷା ସାଙ୍ଗକୁ ଆଣିଛି ବିଭିନ୍ନ ଅଞ୍ଚଳରେ ବ୍ୟାପକ…

ଆମେରିକା-ଇରାନ ଶାନ୍ତି ଚୁକ୍ତି ଆଶା; ଅନ୍ତର୍ଜାତୀୟ ବଜାରରେ ୫%ରୁ ଅଧିକ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା କମିବା ଏବଂ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତି ନେଇ ଆଶା ବଢ଼ିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ…

ବଢ଼ିପାରେ ବସ୍ ଭଡ଼ା ! ଡିଜେଲ୍ ଦର ବୃଦ୍ଧି ମଧ୍ୟରେ ଭଡ଼ା ବୃଦ୍ଧି ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଓଡ଼ିଶାରେ ଘରୋଇ ବସ୍ ଭଡ଼ା ବୃଦ୍ଧି ପାଇଁ ପୁଣିଥରେ ଜୋରଦାର ଦାବି ଉଠିଛି। ଡିଜେଲ୍ ଦର ଓ ବସ୍ ଚଳାଚଳ ଖର୍ଚ୍ଚ ଲଗାତାର ବଢ଼ୁଥିବାରୁ ବର୍ତ୍ତମାନ ଭଡ଼ାରେ ସେବା ଚାଲୁ ରଖିବା କଷ୍ଟକର ହୋଇପଡ଼ିଛି ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି। ସରକାର ଶୀଘ୍ର ଭଡ଼ା ସଂଶୋଧନ ନକଲେ ଆଗାମୀ…

ଭୁବନେଶ୍ୱର ବୋମା ବିସ୍ଫୋରଣ ମାମଲା: ଏୟାରଫିଲ୍ଡ ଥାନାରେ ପହଞ୍ଚିଲା NIA ଟିମ୍, ଜବତ ସ୍କୁଟିର ହେଉଛି ତଦନ୍ତ

ଭୁବନେଶ୍ୱର: ରାଜଧାନୀର ଆଜାଦ ନଗରରେ ଘଟିଥିବା ଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (NIA)। ବୁଧବାର ଦିନ NIA ର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରସ୍ଥିତ ଏୟାରଫିଲ୍ଡ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି…