Latest Odisha News

BREAKING NEWS

ପୁଟିନଙ୍କୁ ପୁଣିଥରେ ‘ଯୁଦ୍ଧ ଅପରାଧୀ’ କହିଲେ ଜୋ ବାଇଡେନ୍

ନ୍ୟୁୟର୍କ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ୪୦ଦିନରେ ପହଞ୍ଚିଛି । ଏହି ୪୦ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଛି । ୟୁକ୍ରେନ ରାଜଧାନୀ କିଭ ପାଖରେ ଥିବା ବୁଚା ସହରରେ କୁଢ କୁଢ ଶବ ଦେଖିବାକୁ ମିଳିଛି । ଏହା ଉପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ପୁଟିନଙ୍କୁ…

ରାଜ୍ୟସଭାକୁ ଯିବା ଚର୍ଚ୍ଚାରେ ଜବାବ ରଖିଲେ ନୀତୀଶ କୁମାର

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ଯିବାକୁ ଇଚ୍ଛୁକ ବୋଲି ଯେଉଁ କଳ୍ପନା ଜଳ୍ପନା ହେଉଥିଲା ତାର ପୂର୍ଣ୍ଣଛେଦ ପକାଇଛନ୍ତି । ସେ ଏହି ଚର୍ଚ୍ଚାକୁ ଖାରଜ କରି କହିଛନ୍ତି । ନୀତୀଶ କୁମାର କହିଛନ୍ତି, ମୁଁ ରାଜ୍ୟସଭା ଯାଉଥିବା କଥା ଶୁଣି ଆଶ୍ଚର୍ଯ୍ୟ। ଗତ ସପ୍ତାହରେ…

ଆତଙ୍କବାଦୀଙ୍କ ଗୁଳିରେ କଶ୍ମୀର ପଣ୍ଡିତ ଆହତ

ଶ୍ରୀନଗର: ଦୀର୍ଘ ଦିନର ଘଟଣାକୁ ନେଇ ପରଦାରେ ଦ କଶ୍ମୀର ଫାଇଲ୍ସ ସିନେମା ରିଲିଜ ହୋଇଛି । ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆତଙ୍କବାଦୀମାନେ କଶ୍ମୀରର ଶୋପିଆନ୍‌ରେ ଜଣେ କଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାଡ କରିଛନ୍ତି। ଏବେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ: ସରକାରଙ୍କୁ ସମର୍ଥନ, ଅପରାଜିତାଙ୍କୁ ସମାଲୋଚନା କଲେ ବର୍ଷା

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଚାଲିଥିବା ରାଜନୀତିରେ ମୈଦାନକୁ ଓହ୍ଲାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ସିରିଜ୍ ଟୁଇଟ୍ କରି ସାଂସଦ ଅପରାଜିତା ଷଡଙ୍ଗୀକୁ ଘେରିଛନ୍ତି । ବର୍ଷା ଲେଖିଛନ୍ତି, ମନ୍ଦିର ଚାରିପାଖରେ ଶୌଚାଳୟ ନାହିଁ । ତେଣୁ ମହିଳାମାନେ ଅନେକ…

ନିଜ ଦେଶର କଥା ବଖାଣି ଏପରି ଲେଖିଲେ ସିଙ୍ଘଳୀ ସୁନ୍ଦରୀ ଜ୍ୟାକଲିନ

ମୁମ୍ବାଇ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଲୋକଙ୍କୁ ରୋଷେଇ ଗ୍ୟାସ୍ ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି। ଏଥିସହିତ ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି। ସଙ୍କଟର ଏହି ଘଡିସନ୍ଧୀ ମୁହୂର୍ତ୍ତ ଦେଇ ଶ୍ରୀଲଙ୍କା ଗତି କରୁଥିବା ବେଳେ ଅଭିନେତ୍ରୀ…

କୋଟିଆକୁ ନେଇ ଜଗନ ଖେଳିଲେ ନୂଆ ଚାଲ

କୋଟିଆ:  କୋରାପୁଟ କୋଟିଆକୁ ନେଇ ବିବାଦ ଚାଲିଛି । ମାମଲା ସୁପ୍ରିମକୋର୍ଟରେ ରହିଛି । ଏହି ସମୟରେ କିନ୍ତୁ କୋଟିଆର ୨୮ଟି ଗାଁ ଏବଂ ୧୨ଟି ପଡାକୁ ଆନ୍ଧ୍ର ପ୍ରଦେଶ ସରକାର ନିଜ ମାନଚିତ୍ରରେ ସାମିଲ କରିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ୧୩ଟି ନୂଆ ଜିଲ୍ଲା ଘୋଷଣା କରିଥିଲେ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା: ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ସରକାର । ଗୋଟିଏ ପଟେ ଐତିହ୍ୟ କରିଡର ନାଁରେ ଚାଲିଥିବା ଖନନ କାର୍ଯ୍ୟ, ରୋଷ ଶାଳର ଚୁଲି ଭାଙ୍ଗିବା ଏବଂ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ଆଇନ୍ ଉଲ୍ଲଂଘନ ହୋଇଥିବା କହି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର…

ଐତିହ୍ୟ କରିଡରରେ ପ୍ରକଳ୍ପ ନିର୍ମାଣକୁ ଏଏସଆଇର ବିରୋଧ, ଚିଠି ଦେଖାଇ ଘେରିଲେ ଅପରାଜିତା

ଭୁବନେଶ୍ୱର: ପୁରୀ ଐତିହ୍ୟ କରିଡରରେ ଯେଉଁ ପ୍ରକଳ୍ପ କାମ ଚାଲିଛି ତାହା ବେଆଇନ୍ । ସେଠାରେ କୌଣସି ଖନନ କାମ କରିବାକୁ ଅନୁମତି ନାହିଁ । ଯାହା ହେଉଛି ତାହା ଆଇନ ବାହାରେ ଅର୍ଥାତ୍ ବେଆଇନ୍ । ଫେବୃଆରୀ ୫ ତାରିଖରେ ଏଏସଆଇ ଏପରି ଏକ ଚିଠି ଜରିଆରେ ଓବିସିସିର ବରିଷ୍ଠ ପ୍ରେଜେକ୍ଟ ମ୍ୟାନେଜରଙ୍କୁ…

ଓଡ଼ିଶାର ସିବିଆଇ ଅଧିକାରୀ ଗିରିଶ ପ୍ରଧାନଙ୍କୁ ସମ୍ମାନୀତ କଲା କେନ୍ଦ୍ର

ଭୁବନେଶ୍ୱର : ସମ୍ମାନୀତ ହେଲେ ଓଡ଼ିଶାର ସିବିଆଇ ଅଧିକାରୀ । ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଇନସପେକ୍ଟର ଭାବେ ନିୟୋଜିତ ଗିରିଶ କୁମାର ପ୍ରଧାନ ସମ୍ମାନୀତ ହୋଇଛନ୍ତି । ବରଗଡର ଏହି ସିବିଆଇ ଅଧିକାରୀଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନମନ୍ତ୍ରୀ…

ମାସକ ଭିତରେ ବଦଳିଗଲା ବେକାରି ଚିତ୍ର: ରାଜ୍ୟରେ ବଢ଼ିଲା, ଦେଶରେ କମିଲା

ଭୁବନେଶ୍ୱର: ମାସକ ଭିତରେ ବଦଳିଗଲା ଓଡ଼ିଶାର ବେକାରି ଚିତ୍ର । ଫେବୃଆରୀ ମାସରେ ବେକାରୀ ହାର ରାଜ୍ୟରେ କମିଥିବା ନେଇ ସରକାର ପ୍ରଶଂସା ସାଉଁଟିଥିଲେ । ହେଲେ ଏହାକୁ ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ମାସକ ଭିତରେ ଏହି ବେକାରି ହାର ୧ ପ୍ରତିଶତରୁ ବଢ଼ି ୯ ପ୍ରତିଶତ…