Latest Odisha News

BREAKING NEWS

ବିମାନ ଅଟକାଇ ବରିଷ୍ଠ କଂଗ୍ରେସ ନେତା ପବନ ଖେଡାଙ୍କୁ ଗିରଫ କଲା ଆସାମ ପୁଲିସ୍

ଦିଶପୁର: ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ା ଗିରଫ। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବିମାନ ଉଡ଼ାଣକୁ ରଦ୍ଦ ଖେଡ଼ାଙ୍କୁ ଗିରଫ କଲା ଆସାମ ପୁଲିସ। ଗୁରୁବାର କଂଗ୍ରେସ ଦଳ ଏଭଳି ଅଭିଯୋଗ ଆଣିଛି। ଖେଡା ରାୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଆସାମ ପୁଲିସ ନିର୍ଦ୍ଦେଶରେ…

ଭାରତ ବଡ଼ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରି ମୋତେ ଭବିଷ୍ୟତର ଏକ ନୂଆ ଆଶା ଦେଇଛି: ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଦିନେ ବିଶ୍ୱର ନମ୍ବର ୱାନ ଧନି ଥିବା ଆମେରିକା ବ୍ୟବସାୟୀ ମାଇକ୍ରୋସଫ୍ଟ ସହସଂସ୍ଥାପକ ବିଲ୍‌ଗେଟ୍ସଙ୍କ ମୁଁହରେ ଭାରତର ପ୍ରଶଂସା। ଭବିଷ୍ୟତ ପାଇଁ ଭାରତ ତାଙ୍କୁ ଏକ ନୂଆ ଆଶା ଦେଉଛି ବୋଲି ବିଲ୍ ଗେଟ୍ସ କହିଛନ୍ତି। ଆସନ୍ତା ସପ୍ତାହରେ ସେ ଭାରତ ଆସିବେ ବୋଲି ଘୋଷଣା କରିଛନ୍ତି।…

ସଞ୍ଜୟ ରାଉତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ; ଲାଗିଛି ଏକାଧିକ ଦଫା

ମୁମ୍ବାଇ: ଶିବସେନା ୟୁବିଟି(ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ତାଙ୍କୁ ମାରିବାକୁ ସୁପାରୀ କିଲର ଠିକ୍ କରିଥିବା ମିଛ ଅଭିଯୋଗ ଆଣିଥିବାରୁ ତାଙ୍କ…

ପୁଣି ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟା !

ନୂଆଦିଲ୍ଲୀ: ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିବ ଫେସ୍‌ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ର ମୂଳ କମ୍ପାନୀ ମେଟା। ଏନେଇ ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। କମ୍ପାନୀରେ ଥିବା ନିଯୁକ୍ତି ସମ୍ପର୍କିତ ଅସମାନତା ନିୟନ୍ତ୍ରଣ କରିବା ପାଇଁ ମେଟା ୧୧ ହଜାର କର୍ମଚାରୀ…

୮ ଜଣଙ୍କୁ ହତ୍ୟା କଲା ହାତୀ; ଦଳରୁ ଅଲଗା ହେବା ପରେ ରାଗରେ କରୁଛି ଆକ୍ରମଣ

ରାଞ୍ଚି: ଦୁଇ ଦିନରେ ୮ ଜଣଙ୍କୁ ହତ୍ୟାକଲା ହାତୀ। ଝାରଖଣ୍ଡର ଦୁଇ ଜିଲ୍ଲାରେ ହାତୀ ଆକ୍ରମଣରେ  ୮ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଇତ୍‌କିର ବୋରିଆ ଗାଁରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଲହର୍ଡାଗା ଜିଲ୍ଲାରେ ୪ ଜଣଙ୍କୁ ହତ୍ୟା କରିଛି ହାତୀ। ଲହର୍ଡାଗା…

ପରୀକ୍ଷାରେ ହିଜାବ ପିନ୍ଧିବାକୁ ଅନୁମତି ମିଳୁ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ବେଙ୍ଗାଲୁରୁ: ପରୀକ୍ଷାରେ ବସିଲା ବେଳେ ହିଜାବ ପିନ୍ଧିବାକୁ ଦିଆଯାଉ। ଏଭଳି ଦାବି କରି ସୁପ୍ରିମକୋର୍ଟରେ ଫେରାଦ ହେଲେ ଛାତ୍ରୀ। ବୁଧବାର କର୍ଣ୍ଣାଟକ କିଛି ଛାତ୍ରୀ ଓକିଲ ସହାୟତାରେ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରିଛନ୍ତି। କର୍ଣ୍ଣାଟକରେ ପ୍ରି-ୟୁନିଭର୍ସିଟି ପରୀକ୍ଷା ମାର୍ଚ୍ଚ ୯…

ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର

ରାଞ୍ଚି: ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର। ସେ ଝାଡ଼ଖଣ୍ଡ ହାଇକୋର୍ଟର ୧୪ତମ ମୁଖ୍ୟ ବିଚାରପତି ଭାବେ ବୁଧବାର ଶପଥ ନେଇଛନ୍ତି। ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ଜଷ୍ଟିସ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସ୍ୱତନ୍ତ୍ର…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦୦ ଯାତ୍ରୀ; ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ବିମାନ ଯାତ୍ରୀ। ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନ ସ୍ୱିଡେନ୍‌ରେ ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରୀକ ତ୍ରୁଟି ଥିବା ଜଣାପଡ଼ିବା ପରେ  ବୁଧବାର ବିମାନକୁ ଜରୁରୀ…

ଷ୍ଟେନସର ଟ୍ରେନ୍‌ ଅଟକୁ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ; ଅନିର୍ଦ୍ଦିଷ୍ଟ କାଳ ପାଇଁ ବାମରା ବନ୍ଦ ଡାକରା

ବାମରା: ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ଅଟକୁ ନାହିଁ ଏକ୍ସପ୍ରେସ୍ ଟ୍ରେନ୍‌। ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କିଛି ଫଳ ନମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ବାମରା ରେଳ…

ପନିକିରେ ହାଣି ନଦୀ ବନ୍ଧରେ ଫିଙ୍ଗିଦେଲେ ମହିଳାଙ୍କ ମୃତଦେହ

ଯାଜପୁର: ମହିଳାଙ୍କୁ ପନିକିରେ ହାଣୀ ମୃତଦେହ ନଦୀବନ୍ଧରେ ଫିଙ୍ଗି ଦେଲେ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ଦତ୍ତପୁର ପଞ୍ଚାୟତର ହେମନ୍ତପୁର ଗାଁରେ ଏଭଳି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭବ କରିଛି। ମୃତ ମହିଳା ହେଲେ ହେମନ୍ତପୁର ଗାଁର ରନାଥ…