କବିତା : ଆମ ରଜ
ମିନାକ୍ଷୀ ଦ୍ବିବେଦୀ
ବର୍ଷ ପରେ ବର୍ଷ ଆସିଥାଏ ରଜ
ଏମିିତି ଦିଗବଳୟ ଦୋହଲାଇ
ଅସରା ଅଜଣା ମେଘ ନେଇ।
ଲୋକ ଲହଡିର ସମୁ୍ଦ୍ର ବେଳାରେ
କିନ୍ତୁ ଶୁଭୁ ନାହିଁ ଆଉ ଗଜ ଡାକ।
ଡାଳେ ଡାଳେ , ପତ୍ରେ ପତ୍ରେ
କଢ ଓ ଫୁଲରେ
ଝିପି ଝିପି ବର୍ଷାର ଛନ୍ଦରେ ଲୁଚି ଯାଇଛି
ସୁନ୍ଦର ପୃଥିବୀର ମହକ।…