Latest Odisha News

BREAKING NEWS

ସରକାରଙ୍କ ବଡ ଘୋଷଣା: ପ୍ୟାନ-୨.୦କୁ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ପ୍ୟାନ-୨.୦କୁ ମିଳିଲା ଅନୁମୋଦନ। ଏଣିକି କ୍ୟୁଆର କୋର୍ଡ ସହ ଆସିବ ପାନ୍‌ କାର୍ଡ। ପାନ୍‌ ୨.୦ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍। ବର୍ତ୍ତମାନର କାର୍ଡ ଗୁଡ଼ିକୁ ବିନା କୌଣସି ଦେୟରେ କ୍ୟୁଆର କୋର୍ଡ ସହ ଅପ୍‌ଗ୍ରେଡ୍ କରାଯିବ।…

ପୁଣି କଳାକନା ବୁଲାଇଲେ ଲୁଟେରା, ୪ଟି ମନ୍ଦିରରୁ ସିରିଜ୍ ଲୁଟ୍

ଭଦ୍ରକ: ୨୮ନଂ ୱାର୍ଡ ଗରଦପୁର ଅଞ୍ଚଳର ୪ଟି ମନ୍ଦିରରୁ ଚୋରି ହୋଇଛି। ରାତି ଅଧରେ ମନ୍ଦିରରେ ପଶି କଳାକନା ବୁଲାଇଦେଲେ ଚୋର। ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା। ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୮ନମ୍ବର ୱାର୍ଡରେ ଗରଦପୁରର ନୂଆସାହିରେ ଥିବା ୪ଟି ମନ୍ଦିରରୁ…

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ କରି ପୋଡି ମାରିଦେବା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ରାୟ ଶୁଣାଇଛନ୍ତି। ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

କଟକ: ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ଅତିଥି ଆସିଛନ୍ତି। ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ହାଇଦ୍ରାବାଦ ନେହରୁ ଜୁଲଜିକାଲ୍ ପାର୍କ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯାଇ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି। ଏନେଇ…

ବଢୁଛି ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର, ଗିରଫ ହେଲେ ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ ପ୍ରଭୁ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ତାଙ୍କୁ ଗିରଫ କରାଯାଇଛି । ତେବେ ଦେଶଦ୍ରୋହ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଢାକା ବିମାନବନ୍ଦରରେ ଅଟକ…

ସମ୍ବିଧାନ ଦିବସ ୨୦୨୪: ଉନ୍ମୋଚିତ ହେବ ଭାରତ ସମ୍ବିଧାନ ଓ ତା’ର ଗୌରବମୟ ଯାତ୍ରାର ୨ଟି ପୁସ୍ତକ

ନୂଆଦିଲ୍ଲୀ: ଆଜି ହେଉଛି ୭୫ତମ ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ…

ଆଜିଠୁ କମ୍ପିବ ଗୃହ, ମୁହାଁମୁହିଁ ହେବେ ଶାସକ ବିରୋଧି

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେବ ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଅଧିବେଶନ ପୂର୍ବରୁ ଗତକାଲି ଅନୁଷ୍ଠିତ ହୋଇଛି ଶାସକ ଦଳ ସହ ବିରୋଧି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ । ଶାସକ ଦଳ ବିଜେପିକୁ ଘେରିବାକୁ ରଣନୀତି…

ଓରେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ସିଦ୍ଧାନ୍ତ ଦାସ

ଭୁବନେଶ୍ବର: ଓଡ଼ିଶା ରିଏଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି (ଓରେରା) ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ଅବସରପ୍ରାପ୍ତ ଆଇଏଫଏସ୍ ସିଦ୍ଧାନ୍ତ ଦାସ । ଏହା ପରେ ସେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି (ସିଇସି)ର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ କାର୍ଯ୍ୟ…

ଯାତ୍ରିବାହୀ ବିମାନରେ ଅଗ୍ନିକାଣ୍ଡ, ଉପସ୍ଥିତ ଥିଲେ ଶହେରୁ ଅଧିକ

ନୂଆଦିଲ୍ଲୀ: ଯାତ୍ରିବାହୀ ବିମାନରେ ଅଗ୍ନିକାଣ୍ଡ। ରବିବାର ତୁର୍କୀର ଅନ୍ତଲ୍ୟା ବିମାନବନ୍ଦରରେ ଏପରି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ବିମାନଟି ଅବତରଣ କରିବା ପରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ମୋଟ ୮୯ ଜଣ ଯାତ୍ରୀ ଥିଲେ। ତୁର୍କୀ ପରିବହନ ମନ୍ତ୍ରଣାଳୟ ଏହାକୁ ନେଇ ସ୍ପଷ୍ଟ କରିଛି।…

ପାନ୍ କାର୍ଡକୁ ନେଇ କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି, ଖର୍ଚ୍ଚ ହେବ ୧,୪୩୫ କୋଟି

ନୂଆଦିଲ୍ଲୀ: ମୋଦି ସରକାର ସୋମବାର ପାନ୍ ୨.୦ ପ୍ରକଳ୍ପ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ୍)କୁ ସରକାରୀ ଏଜେନ୍ସିଗୁଡ଼ିକର ସମସ୍ତ ଡିଜିଟାଲ ସିଷ୍ଟମ୍ ପାଇଁ ସାଧାରଣ ବ୍ୟବସାୟ ପରିଚୟପ୍ରଦାନକାରୀ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…