Latest Odisha News

BREAKING NEWS

ଝଲସୁଛି ପଶ୍ଚିମ ଓଡ଼ିଶା: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ନୂଆଁଖାଇ ଜୁହାର୍ କହି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା। ନୂଆଁଖାଇ ସମସ୍ତଙ୍କର ଜୀବନରେ, ନୂଆଁ ଆଶା ଆଣି ଦେଉ। ମା' ସମଲେଇ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି, ସମୃଦ୍ଧି ଆଣି ଦିଅନ୍ତୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ…

ସଞ୍ଜୁ ସାମସନଙ୍କ ପାଇଁ ଶେଷ ସୁଯୋଗ ? ବେଞ୍ଚରେ ବସିଛନ୍ତି ବୈଭବ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ବଡ ସ୍କୋର କରି ନ ପାରିବା ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଚାପରେ ପକାଇଛି । ଜବରଦସ୍ତ ଫର୍ମରେ ଥିବା ବୈଭବ ସୂର୍ଯ୍ୟବଂଶୀ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଗୋଡ କାଢ଼ି ବସିଛନ୍ତି । ଦ୍ୱିତୀୟ ଟି୨୦ରେ ସଞ୍ଜୁଙ୍କୁ ଯଦି ସୁଯୋଗ…

ହିନ୍ଦୀ କୌଣସି ଭାଷାର ପ୍ରତିଦ୍ୱନ୍ଦୀ ନୁହେଁ: ଦୁନିଆର ସବୁ ଭାଷା ଶିଖ, ହେଲେ ନିଜ ମାତୃଭାଷାକୁ ଭୁଲ ନାହିଁ

ନୂଆଦିଲ୍ଲୀ: ଆଜି ହିନ୍ଦୀ ଦିବସ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇନ୍ତି। ସେ କହିଛନ୍ତି, ଭାରତ ଭାଷାଗତ ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧିର ଏକ ଅନନ୍ୟ ଭୂମି। ଲୋକମାନେ ପ୍ରାୟତଃ ଆମର ଭାଷାଗୁଡ଼ିକର ବିବିଧତା ବିଷୟରେ କଥାବାର୍ତ୍ତା କରନ୍ତି ଏବଂ…

Uranium ore:ମିଳିଲା ୧୧୦ ମିଲିୟନ ଟନ୍ ୟୁରାନିୟମ୍;ପରମାଣୁ ଶକ୍ତି ଉପରେ ଫୋକାସ୍

ନୂଆଦିଲ୍ଲୀ:ସାଉଦି ଆରବର ମଦିନା ସହରରେ ୧୧୦ ମିଲିୟନ ଟନ୍ ୟୁରାନିୟମ୍-ଯୁକ୍ତ ଖଣିଜ ପଦାର୍ଥ ଆବିଷ୍କୃତ ହୋଇଛି। ଏହାକୁ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯିବ ।ଏହି ଅଞ୍ଚଳରେ ପୂର୍ବରୁ ୩୦,୦୦୦ ଟନ୍ ପରିମାଣର ୟୁରାନିୟମ୍ ଭଣ୍ଡାର ଆବିଷ୍କାର କରାଯାଇସାରିଛି। ସାଉଦିଆରବର ଶକ୍ତି…

ଏସୀୟ କ୍ରୀଡ଼ା,ଏଫ୍ଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୩ ଜିମ୍ନାଷ୍ଟ

ଭୁବନେଶ୍ୱର : ବିଶ୍ୱ ଜିମ୍ନାଷ୍ଟିକ୍ସ କ୍ଷେତ୍ରରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରି ଭୁବନେଶ୍ୱରସ୍ଥିତ ଓଡ଼ିଶା ଏଏମ୍ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟରର ତିନି ଜଣ ତାରକା ଆଥଲେଟ୍ଆ ନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଅଲମ୍ପିଆନ୍ ପ୍ରଣତି ନାୟକ…

ଫେରିଯିବ ମୌସୁମୀ: ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ସମ୍ଭାବନା

ଭୁବନେଶ୍ୱର: ସମୟ ହୋଇଗଲା। ଏବେ ବିଦାୟ ନେବ ମୌସୁମୀ। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ଆଡ଼କୁ ଆରମ୍ଭ ହେବା ପାଇଁ ପାଗ ଅନୁକୂଳ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ଉତ୍ତର-ପଶ୍ଚିମ…

ଆଫଗାନିସ୍ତାନ ଟି୨୦ ସିରିଜରୁ ବାଦ୍ ପଡ଼ିଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ସିରିଜର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍ ପଡ଼ିଛନ୍ତି । ପ୍ରଥମ ମ୍ୟାଚରେ ସେ ୪ ଓଭରରେ ମାତ୍ର ୧୬ ରନ୍ ଦେଇ ୧ଟି ୱିକେଟ୍ ନେଇ ଭାରତର ୭ ୱିକେଟ୍ ବିଜୟରେ ପ୍ରମୁଖ…

ଚୋରଙ୍କ ନଜରରେ ପରୀକ୍ଷା ସେଣ୍ଟର; ଧରାପଡିଲେ ଚୋର ଗ୍ୟାଙ୍ଗ;୨୬ ମୋବାଇଲ ସହ

ଭୁବନେଶ୍ବର:ପରୀକ୍ଷାର୍ଥୀଙ୍କ ମୋବାଇଲ୍ ଓ ସ୍କୁଟର ହେଲା ଚୋରି । ଏନେଇ ଇନ୍ ଫୋସିଟି ଥାନାରେ ମାମଲା ପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତରେ ୩ ଅଭିଯୁକ୍ତଙ୍କୁ ଧରିବା ସହ ଚୋରି ସ୍କୁଟର ଓ ମୋବାଇଲ୍ ଜବତ କରିଛି ପୋଲିସ । ପରୀକ୍ଷା ସେଣ୍ଟର ଥିଲା ମୋବାଇଲ୍ ଚୋରଙ୍କ ଟାର୍ଗେଟ୍ । ଚୋରି…

୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ, ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରିବା ପାଇଁ ଆହ୍ୱାନ

ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ନିଜ ଘରେ 'ଆଶୀର୍ବାଦର ଦୀପ' ପ୍ରଜ୍ଜ୍ୱଳନ କରିବା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି…

ସାମାନ୍ୟ ବଚସାକୁ ନେଇ ଜଘନ୍ୟ କାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ବରଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା। ବରଗଡ଼ ଜିଲ୍ଲା ଅତାବିରା ଥାନା ଅମଲିପାଲି ପଞ୍ଚାୟତ ଗଡତିଆ ଟିକ୍ରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ବଚସାକୁ ନେଇ ଜଘନ୍ୟ ହତ୍ୟା। ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ। ମୃତକ ହେଲେ ଭାଗ୍ୟବତୀ ଖଡ଼ିଆ। ପୋଲିସ…