ବାହୁଡିବେ ପ୍ରଭୁ ଲିଙ୍ଗରାଜ, ସାଢେ ୩ଟାରେ ହେବ ରଥଟଣା
ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ଏପ୍ରିଲ ୧୬ ତାରିଖ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ ସେଢେ ୩ଟାରେ ରଥଟଣା ଆରମ୍ଭ ହେବ।…