Latest Odisha News

ଆଜିଠାରୁ ରାଜ୍ୟ ବାହାରୁ ଆସିଲେ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ବେଳେ କଟକଣା ହେଲାଣି କଡ଼ାକଡ଼ି । ଆଜିଠାରୁ ରାଜ୍ୟ ବାହାରୁ ଓଡ଼ିଶା ଫେରିଲେ କୋଭିଡ୍ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଆଣିଲେ…

୨୪ ଘଣ୍ଟାରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୫ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୭୨୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲା ଓ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନ ସାଢ଼େ 12ଟାରେ ଏହି ବୈଠକ ବସିବ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରୁ କ୍ୟାବିନେଟ୍ ମନ୍ତ୍ରୀ ପରଷଦ ସମେତ ପ୍ରଶାସନିକ ଅଧିକାରୀ…

ଓଡ଼ିଶାରେ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଅନଲାଇନ ଆଲୋଚନାଚକ୍ର

ନ୍ୟୁୟର୍କ : ଭାରତୀୟ କନସୁଲେଟ , ମିଲନ ସାଂସ୍କୃତିକ ସଂଘ ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ମିଳିତ ଆନୁକୂଲ୍ୟରେ 'ବ୍ୟବସାୟ ପାଇଁ ଓଡ଼ିଶାରେ ମହଜୁଦ ଆକର୍ଷକ ସୁଯୋଗ ଓ ପ୍ରୋତ୍ସାହନକୁ ପରଖିବା' ବିଷୟବସ୍ତୁ ଶୀର୍ଷକ ଏକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଉପଲବ୍ଧ ଖଣିଜ…

ପିପିଲିରେ ଜମୁଛି ପ୍ରଚାର, କାଲି ଭର୍ଚୁଆଲରେ କ୍ୟାମ୍ପେନ କରିବେ ମୁଖ୍ୟମନ୍ତ୍ରୀ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ଭୋଟ ହାତେଇବା ପାଇଁ ଚାଲିଛି ମାରାଥନ କ୍ୟାମ୍ପେନ୍ । ଗଡ଼ ବଞ୍ଚାଇବାକୁ ବିଜେଡି ଲାଗି ପଡ଼ିଥିବା ବେଳେ, ବିଜେପି ଓ କଂଗ୍ରେସ ବି ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଘରକୁ ଘର ବୁଲି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରଚାର କରି ଭୋଟ…

ନୀତିଶଙ୍କ ବିସ୍ଫୋରକ ବ୍ୟାଟିଂ,ହାଇଦ୍ରାବାଦ ସମ୍ମୁଖରେ ୧୮୮ ରନର ଟାର୍ଗେଟ

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ନୀତିଶ ରଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ୧୮୮ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ କରିଥିଲା । ଟସ୍ ଜିତି…

ଭୁବନେଶ୍ବରରୁ ୧୪୮ ପଜିଟିଭ୍, ସୁସ୍ଥ ହେଲେ ୫୪ ଜଣ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୪୮ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩୨ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ୧୧୬ ରହିଛି । ସେହିପରି ବିଏମସି ଅଞ୍ଚଳରୁ ସୁସ୍ଥ…

ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ୨ ଜିଲ୍ଲା

ଭୁବନେଶ୍ବର : କିଛି ଦିନର ଗ୍ରୀଷ୍ମ ପ୍ରବାହ ପରେ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କେବଳ ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ତାପମାତ୍ର ୪୦ ଡିଗ୍ରୀ ଥିବା ବେଳେ, ବାକି ସହରମାନଙ୍କ ତାପମାତ୍ରା ହ୍ରାସ ପାଇଛି । ଆଜି ବାଲେଶ୍ବରରେ ତାପମାତ୍ରା ୩୪.୬ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ…

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ହେଲେ ନିଲମ୍ବିତ

ଦେବଗଡ଼: ଓଟିଇଟି ପେପର-୧ ପ୍ରଶ୍ନପତ୍ର ଲିକ୍‌ ଘଟଣା । ୨ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀ ନିଲମ୍ବିତ । ପରୀକ୍ଷାର୍ଥୀଙ୍କ ଠାରୁ ମୋବାଇଲ୍ ଜବତ ମାମଲାରେ ତିନି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ଦେବଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ…

ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାର ଅମରେଶ ରାଉତ ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତ ଅମରେଶକୁ କୋର୍ଟ ଚାଲାଣ କରିଛି ପୋଲିସ । ଗତ ଜାନୁଆରୀ ୨୬ରେ ବସ୍…