Latest Odisha News

BREAKING NEWS

ନୟାଗଡରେ ଗୋଷ୍ଠୀ ସଙ୍ଘର୍ଷ ବେଳେ ବୋମାମାଡ, ୨ ଗୁରୁତର

ନୟାଗଡ: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ କୁମ୍ଭାରପଡା ଗ୍ରାମରେ ବୋମାପାଡ । ପୂର୍ବଶତୃତାକୁ କେନ୍ଦ୍ର କରି  ଗ୍ରାମରେ ଥିବା ହରିଜନ ସାହିରେ ଏହି ବୋମା ମାଡ ହୋଇଥିବା ସୂଚନା ମିଳିଛି । ଏଥିରେ ୮ ଜଣ ଆହତ ହୋଇଛନ୍ତି ସେଥିମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗଣିଆ ଡାକ୍ତରଖାନାରେ ୮…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ଗାଁ ନିକଟରେ ଫସି ରହିଛି ଯାତ୍ରୀ ବାହି ଘାଟ ଡ଼ଙ୍ଗା ।ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା ।ସାତପଡାରୁ ଜହ୍ନିକୁଦ ଅଭିମୁଖେ ଏହି ଯାତ୍ରୀବାହୀ ଡଙ୍ଗାଟି ବାହାରିଥିବା…

ଅସୁସ୍ଥ ପତ୍ନୀଙ୍କୁ ଆଲିଙ୍ଗନ କଲା ବେଳେ କାନ୍ଦିପକାଇଲେ ମନୀଷ ସିସୋଦିଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ତିହାର ଜେଲରୁ ବାହାରକୁ ଆସିଥିଲେ। ଆଉ ଏହି ସମୟରେ ପତ୍ନୀଙ୍କୁ ଆଲିଙ୍ଗନ କଲା ବେଳେ ଭାବୁକ ହୋଇପଡ଼ିଲେ ମନୀଷ ସିସୋଦିଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ…

ମା’ଙ୍କ ପୂଜାରେ ମା’ଙ୍କୁ ଅପମାନ: ମନ୍ଦିରରୁ ଚୋରୀ କରିବା ସହ ଭାଙ୍ଗିଲେ ମା’ କାଳୀଙ୍କ ମୂର୍ତ୍ତି

ସମ୍ବଲପୁର: ଆଜି ପବିତ୍ର ଦୀପାବଳି ତଥା ମା’ କାଳୀଙ୍କ ପୂଜା । ମା’ଙ୍କ ପୂଜାରେ ମା’ଙ୍କୁ ଅପମାନ । ମନ୍ଦିରରୁ ଚୋରୀ କରିବା ସହ ମା’ କାଳୀଙ୍କ ପ୍ରତୀମାକୁ ଭାଙ୍ଗିଲେ ଦୁର୍ବୃତ । ଏପରି ଅଭାବନୀୟ ଘଟଣା ଘଟିଛି  ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା…

ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ: ଇଂଲଣ୍ଡ ଟିମରୁ ବାଦ ପଡିଲେ ୯ ଖେଳାଳି

ଲଣ୍ଡନ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଟିମ ୯ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହୋଇପାରିଥିଲା । ଇସିବି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରିଛି । ବିଶ୍ୱକପ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ୯ଜଣଙ୍କୁ ବାଦ ଦିଆଯାଇଛି ।…

ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ…

ମିସବାଙ୍କ ଖୁଲାସା: ରୁଦ୍ଧ ଦ୍ୱାର ବୈଠକରେ ମୋତେ ଅଣଦେଖା କରିଥିଲେ ବାବର, ଆର୍ଥର

ଲାହୋର: ପାକିସ୍ତାନର ପୂର୍ବ ଅଧିନାୟକ ମିସବା ଉଲ ହକ ବିଶ୍ୱକପ କ୍ରିକେଟରେ ଜାତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ମୁହଁ ଖୋଲିଛନ୍ତି । ବିଶ୍ୱକପ ପୂର୍ବରୁ ଆୟୋଜିତ ବୈଠକରେ ଅଧିନାୟକ ବାବର ଆଜମ ଓ କୋଚ ମିକି ଆର୍ଥର ମୋ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିଲେ । ପାକିସ୍ତାନ ଟିମର…

କଡାକଡି ହେବ ମଦୁଆ ଧରା ଅଭିଯାନ: ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ

ଭୁବନେଶ୍ୱର : ସାବାଡ ହେବେ ମଦୁଆ  । ରାଜଧାନୀରେ କଡାକଡି ହେବ ମଦୁଆଧରା ଅଭିଯାନ  । ରାଜରାସ୍ତାରେ ଆଉ ମଦୁଆଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳିବନି  । ଏଥର ପୋଲିସମାନେ  ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ  ।  ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା

କଟକ : ଦୀପାବଳିରେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ବାପା  । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି  କଟକ ଜିଲ୍ଲା ନରାଜର କୈବର୍ତ୍ତ ସାହି ଘାଟରେ ।  ସୂଚନା ଅନୁଯାୟୀ ଆଜି ସକାଳୁ ସରୋଜ ସାହୁ ନାମକ ଜଣେ ବ୍ୟକ୍ତି ପୁଅକୁ ନେଇ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ ।  ହେଲେ ଅସାବଧାନତା…

ଦୀପାବଳିରେ ଏକତ୍ର ହେଲେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବିଶ୍ୱକପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ନ୍ୟୁଜିଲାଣ୍ଡକୁ ସେମିରେ ଭେଟିବେ । ମୁମ୍ବାଇର ୱାଙ୍ଖେଡରେ ଏହି ମ୍ୟାଚ ଖେଳାଯିବ । ଶନିବାର ଦୀପାବଳୀ ନେଇ ଟିମ ଇଣ୍ଡିଆର ଖେଳାଳିମାନେ ଏକତ୍ର ହୋଇଥିଲେ । ସେମାନଙ୍କ ପତ୍ନୀ ଓ…