Latest Odisha News

BREAKING NEWS

ମା’ଙ୍କ ପୂଜାରେ ମା’ଙ୍କୁ ଅପମାନ: ମନ୍ଦିରରୁ ଚୋରୀ କରିବା ସହ ଭାଙ୍ଗିଲେ ମା’ କାଳୀଙ୍କ ମୂର୍ତ୍ତି

ସମ୍ବଲପୁର: ଆଜି ପବିତ୍ର ଦୀପାବଳି ତଥା ମା’ କାଳୀଙ୍କ ପୂଜା । ମା’ଙ୍କ ପୂଜାରେ ମା’ଙ୍କୁ ଅପମାନ । ମନ୍ଦିରରୁ ଚୋରୀ କରିବା ସହ ମା’ କାଳୀଙ୍କ ପ୍ରତୀମାକୁ ଭାଙ୍ଗିଲେ ଦୁର୍ବୃତ । ଏପରି ଅଭାବନୀୟ ଘଟଣା ଘଟିଛି  ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବଜାରରେ ଥିବା ମା’ କଳୀଙ୍କ ମନ୍ଦିରରେ ଗତକାଲି ରାତିରେ ଜଣେ ଦୁର୍ବୃତ ମନ୍ଦିର ତାଲା ଭାଙ୍ଗି ମନ୍ଦିରରେ ପଶି ମନ୍ଦିରରୁ ସମସ୍ତ ଅଳଙ୍କାର ସହ ହୁଣ୍ଡିବାକ୍ସ ଭାଙ୍ଗି ସବୁ ଟଙ୍କାପଇସା ନେଇ ଛାଲିଯାଇଥିଲେ । କିନ୍ତୁ ସେତିକିରେ ଯୁବକଙ୍କ ମନ ଭରିନଥିଲା ଯେ ମନ୍ଦିରରେ ଥିବା ମାଆ କାଳୀଙ୍କ ମୂର୍ତ୍ତି, ପାଶ୍ୱର୍ଦେବାଦେବୀଙ୍କ ମୂର୍ତ୍ତିକୁ ଭାଙ୍ଗି ଭଗବାନଙ୍କୁ ପିନ୍ଧାଯାଇଥିବା ସମସ୍ତ ଅଳଙ୍କାର ନେଇ ଚାଲିଯାଉଥିଲା । କିନ୍ତୁ ସଠିକ ସମୟରେ ସ୍ଥାନୀୟ ଲୋକ ଚୋରକୁ ଧରି ପୋଲିସର ଜିମା ଦେଇଥିଲେ । ଚୋର ଠାରୁ ସମସ୍ତ ଜିନିଷ ଜବତ କରିଥିବା ସହ ଏବାବଦରେ ତଦନ୍ତ କରୁଛି ପୋଲିସ । ତେବେ ଯୁବକଙ୍କ ଏଭଳି କାଣ୍ଡକୁ ନେଇ ମନ୍ଦିର ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।

Leave A Reply

Your email address will not be published.