Latest Odisha News

BREAKING NEWS

ମିଶନ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ: ୧.୨ ଲକ୍ଷ ଶିଶୁ, ୨୩,୫୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର: ମିଶନ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ ସାରା ଓଡିଶାରେ ଆରମ୍ଭ ହୋଇଛି। ୫ ବର୍ଷରୁ କମ୍ ବୟସର ୧ ଲକ୍ଷ ୨୩ ହଜାର ୪୭୨ ଶିଶୁ ଓ ୨୩ ହଜାର ୫୬୮ ଗର୍ଭବତୀ ମହିଳାଙ୍କୁ ଏହି ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୧ରୁ ଆରମ୍ଭ ହୋଇ ନଭେମ୍ବର ୧୧…

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲାଣି ୫ ହଜାର, ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇସାରିଲେଣି। ବର୍ଷା ଯୋଗୁଁ ଏହି ରୋଗ ବ୍ୟାପିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ।…

ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସଂପର୍କିତ ‘ଜିଲ୍ଲାପାଳ ସମ୍ମିଳନୀ’…

ଭୁବନେଶ୍ୱର: ଖାରବେଳ ଭବନ ଠାରେ  ଆଜି “ଜିଲ୍ଲାପାଳ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସଂପର୍କରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଘରେ ଡାକି ଅପହରଣ, ୨୫ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ୪ ଗିରଫ

ଭୁବନେଶ୍ୱର: ଡାକ୍ତରଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ।। ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ…

ତେଲେଙ୍ଗାନାରେ କେସିଆର ଖରାପ ବିଧାୟକ ଭଲ, ଛତିଶଗଡରେ ବଘେଲ ଭଲ ବିଧାୟକ ଖରାପ!

ଭୁବନେଶ୍ୱର: ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପୂର୍ବରୁ ଏକ ସର୍ଭେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଥିବାରୁ ସେଠାରେ ଥିବା ନିର୍ବାଚିତ ବିଧାୟକ ମାନଙ୍କ ଉପରେ ଲୋକେ କେତେ ସନ୍ତୁଷ୍ଟ ତାକୁ ନେଇ ରିପୋର୍ଟ…

ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଜ୍ୱର ଆସିଲେ ଡାକ୍ତର ଦେଖାନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ 3 ଦିନ ମଧ୍ୟରେ ବୁର୍ଲା ଭିମସାରରେ 22 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସ୍ (Screb typhus) ଏକ ବ୍ୟାକ୍ଟେରିଆ ସଂକ୍ରମଣ ଯାହା ସଂକ୍ରମିତ ଚିଗର (chigger) କୀଟ କାମୁଡିବା ଦ୍ୱାରା…

ଶେଷରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ, ଦୀର୍ଘ ୩୬ ଘଣ୍ଟା ଧରି ଭାରତରେ ଅଟକି ରହିଥିଲେ ଟ୍ରୁଡୋ

ନୂଆଦିଲ୍ଲୀ: ଦୀର୍ଘ ୩୬ ଘଣ୍ଟା ଧରି ହଟହଟା ହେବା ପରେ ଶେଷରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବା ପାଇଁ ୮ ତାରିଖରେ ନୂଆଦିଲ୍ଲୀକୁ ଆସିଥିବା ଟ୍ରୁଡୋ ରବିବାର କାନାଡ଼ା ଫେରିବା କାର୍ଯ୍ୟକ୍ରମ ଥିଲା। ହେଲେ ତାଙ୍କ ବିମାନରେ…

ଉଚ୍ଚଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ନିଚ ଦୃଷ୍ଟି କ୍ଷମଣୀୟ ନୁହେଁ: କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ଭବନରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ପ୍ରତି ନିଚ ଦୃଷ୍ଟି ସଂପର୍କରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉଦ୍‌ବୋଧନ ଦେଇ କହିଥିଲେ ଯେ ଉଚ୍ଚଶିକ୍ଷା ପ୍ରତି ନୀଚ ଦୃଷ୍ଟି ଅକ୍ଷମଣୀୟ। ଶ୍ରୀ ବେହେରା ରାଜ୍ୟର ଉଚ୍ଚଶିକ୍ଷାର ସ୍ଥିତି ଓ…

ଜୁଲାଇ ତୁଳନାରେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି କମି ୬.୮୩% ହେଲା

ନୂଆଦିଲ୍ଲୀ: ପନିପରିବା ଦର କମିବା କାରଣରୁ କମିଲା ଖୁଚୁରା ମୁଦ୍ରାସ୍ପୀତି। କିନ୍ତୁ ଏବେ ବି ଏହି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ୬% ଲକ୍ଷ୍ୟଠାରୁ ଅଧିକ ରହିଛି। ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪% ଥିବା ବେଳେ ଅଗଷ୍ଟ ମାସରେ ଏହା ୬.୮୩%କୁ ହ୍ରାସ ପାଇଛି। ପରିବା ଦର କମିବା…

କେନ୍ଦ୍ରମନ୍ତ୍ରୀ ଭିତରେ ବୈଠକ କରୁଥିଲେ, ବାହାରେ ଅସନ୍ତୁଷ୍ଟ କର୍ମୀ ତାଲା ପକାଇ ଦେଲେ

କୋଲକାତା: ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ମଙ୍ଗଳବାର ବିଜେପି କର୍ମୀମାନେ କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାରଙ୍କୁ ନିଜ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଜିଲ୍ଲା ଶାଖା ପରିଚାଳନାରେ ସେ 'ଏକଛତ୍ରବାଦ' ଭଳି ବ୍ୟବହାର କରୁଥିବା ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି। କେନ୍ଦ୍ରଶିକ୍ଷା…