Latest Odisha News

BREAKING NEWS

ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା

ଭୁବନେଶ୍ୱର: ଏଣିକି ସମସ୍ତ ଉଚ୍ଚଶିକ୍ଷା ବିଭାଗ ପରିସରରେ ଥିବା ବେସରକାରୀ କଲେଜକୁ ମିଳିବ ସରକାରୀ ମାନ୍ୟତା। ୨୦୦୮ ରୁ ୨୦୧୩ ମସିହା ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ କଲେଜକୁ ରାଜ୍ୟ ସରକାର ଗ୍ରାଣ୍ଟ ଇନ୍ ଏଡ୍ ପରିସରଭୁକ୍ତ କରିବେ। ସେହିପରି କଲେଜକୁ ମାନ୍ୟତା ଓ ଦରମା ପ୍ରଦାନ ପାଇଁ ନୂଆ…

ଦୀର୍ଘ ୫ ମାସ ପରେ ଆନ୍ଦୋଳନରୁ ଓହରିଲେ କୁସ୍ତି ଯୋଦ୍ଧା, ଏବେ ଲଢ଼େଇ କୋର୍ଟରେ ଚାଲିବ

ନୂଆଦିଲ୍ଲୀ: ଦୀର୍ଘ ୫ ମାସ ଧରି ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୁସ୍ତି ଯୋଦ୍ଧାମାନେ ଶେଷରେ ଆନ୍ଦୋଳନ ସ୍ଥଗତି ରଖିବାକୁ ଘୋଷଣା କରିଛନ୍ତି। ଏବେ ଆଉ ରାସ୍ତାରେ ନୁହେଁ କୋର୍ଟରେ ଚାଲିବ ଲଢ଼େଇ। ଏଥିପାଇଁ ଆଇନଗତ ଦିଗରେ ସଜବାଜ…

ଶ୍ରୀମନ୍ଦିର ଭିତରେ କଲେ ରିଲ୍; ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ପୁରୀ: ଲାଗୁଛି ଶ୍ରୀମନ୍ଦିର ସୁରକ୍ଷା ନେଇ ଯେତେ କଡ଼ା କଟକଣା ହେବାକଥା ସେତେଟା ହେଉ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଭାଇରାଲ୍ ଭିଡିଓ ମାମଲା ସାମ୍ନାକୁ ଆସିଛି। କିଛିଦିନ ତଳେ ଡ୍ରୋନ୍ ଉଡ଼ାଇ ଜଣେ ବଙ୍ଗୀୟ ଯୁବକ ଗିରଫ ହୋଇଥିଲେ। ଏବେ ଆଉ ଜଣେ ଯୁବକ ଶ୍ରୀମନ୍ଦିର ଭିତର ବେଢାର ଭିଡିଓ ରେକର୍ଡିଂ…

ଅଗଷ୍ଟ ୧୬ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ଆରମ୍ଭ, ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖ ସୁଦ୍ଧା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା। ଏନେଇ ନିର୍ଦ୍ଦେଶ ଦେଇଛି ୟୁଜିସି। ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ନୂଆ ଏକାଡେମିକ୍ ଅଧିବେଶନ ଆରମ୍ଭ ହେବା। ଏନେଇ ୟୁଜିସି ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି।…

ଦିଗପହଣ୍ଡି ସଡକ ଦୁର୍ଘଟଣା; ଦୁଃଖ ପ୍ରାକାଶ କରିବା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ…

ପତ୍ନୀଙ୍କ ସହ ଘର ମାଲିକ ଓ ତାଙ୍କ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀ ଫେରାର

ଢେଙ୍କାନାଳ: ଭୁଜାଲି ଧରି ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ। ଏପରିକି ପାଖରେ ଥିବା  ଦୋକାନମାଲିକ ଓ ତାଙ୍କ ଦୁଇ ଝିଅଙ୍କୁ ମାରି ଗୁରୁତର ଅବସ୍ଥା କରି ଘଟଣାସ୍ଥଳରୁ ଫେରାର ଅଛି ସ୍ୱାମୀ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୯ ନମ୍ବର ୱାର୍ଡ…

କବିତା : ସ୍ମୃତି

ବାସନ୍ତୀ ଲତା ଜେନା  ଅତୀତର ସ୍ମୃତି ହୃଦୟର ଭରା ବନ୍ଦ ଝରକାର ସାଥେ ଝରକା ଖୋଲିଲେ ଭିଜା ଭିଜା ସ୍ମୃତି ଦହନ କରୁଛି ମୋତେ । କିଛି ସ୍ମୃତି ଓଠେ ହସ ଭରି ଦିଏ ନୂଆ ସପନ ଆଖିର ହୃଦୟ ବନରେ କୁସୁମ ଫୁଟଇ ମିଠା ମିଠା ବାସ୍ନା ତାର । କିଛି ତିକ୍ତ ସ୍ମୃତି ପ୍ରାଣକୁ କନ୍ଦାଏ…

‘ସେବା କରିବାକୁ ଅଟକାଇ ପାରିବେନି’, କେଉଁ ଉଦ୍ଦେଶ୍ୟରେ ଓ କାହାକୁ କହିଲେ ରୋହିତ ପୂଜାରୀ?

ରେଢାଖୋଲ: ରେଢାଖୋଲବାସୀ ସେବା କରିବା ପାଇଁ ଏଭଳି କୌଣସି ଶକ୍ତି ମୋତେ ଅଟକାଇ ପାରିବ ନାହିଁ। ରବିବାର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲର ବିଧାୟକ ରୋହିତ ପୂଜାରୀ ଏକ କଲେଜ ଉତ୍ସବରେ ଯୋଗ ଦେଇ ଏଭଳି କହିଛନ୍ତି। ଗତ 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତ…

ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ…

ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ ଫଳରେ ଦେଶର ୪ ଜଣ ରୋଗୀଙ୍କର ନୂତନ ଜୀବନ ଲାଭ

ଭୁବନେଶ୍ୱର: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଙ୍ଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇ ପାରିଛି । ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ…