Latest Odisha News

BREAKING NEWS

ରାଜ୍ୟରେ କମିିଛି ବଳଦ ସଂଖ୍ୟା; ଗତ ୭ ବର୍ଷରେ ୩୧% ହ୍ରାସ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟରେ ବଳଦ ସଂଖ୍ୟା କମିବାରେ ଲାଗିଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବୁଧବାର ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କର ଏସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଯଦିଓ ବଳଦ ସଂଖ୍ୟା…

ଫାର୍ମା ଜଗତରେ ନିରନ୍ତର ବିକାଶ ଆଣିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ବିଶେଷଜ୍ଞଙ୍କ ମତ

ଭୁବନେଶ୍ୱର: ଫାର୍ମା ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ଘଟୁଥିବା ସମସ୍ତ ବିକାଶ ପ୍ରକ୍ରିୟା ବିଷୟରେ ସକ୍ରିୟ ଭାବେ ଅବଗତ ରହିବା ଆବଶ୍ୟକ ବୋଲି ଜଣେ ବିଶେଷଜ୍ଞ ମତ ଦେଇଛନ୍ତି । ନିୟମିତ ଭାବେ ଜ୍ଞାନ ବୃଦ୍ଧି କର ଏବଂ ବିକାଶ ପ୍ରକ୍ରିୟା ବିଷୟରେ ଅବଗତ ରହିଲେ ଭବିଷ୍ୟତରେ ଆଗକୁ ଯିବ ବୋଲି…

ଜିନ୍ଦଲ ଷ୍ଟେନଲେସ୍ ଓ ସିଆଇଆଇ କ୍ରମକ୍ଷୟ ପରିଚାଳନା ଉପରେ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: କ୍ରମକ୍ଷୟକୁ ଦୂର କରିବା ଏବଂ କ୍ଷୟକ୍ଷତିର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟେନଲେସ୍ ଆଜି କନଫେଡ଼େରେସନ୍ ଅଫ୍ ଇଣ୍ଡିଆ (ସିଆଇଆଇ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ନୀତି ଆୟୋଗ ଓ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ, କୁଳପତି ଡ଼ା.…

ସିଆଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଶଶି ଶେଖର ମହାନ୍ତି, ପ୍ରଦୀପ୍ତ ମହାନ୍ତି ଉପାଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ୱର: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ୧ ମାର୍ଚ୍ଚ ୨୦୨୩ରେ ଅନୁଷ୍ଠିତ ପ୍ରଥମ ପୁନର୍ଗଠିତ ରାଜ୍ୟ ପରିଷଦ ବୈଠକରେ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶଶି ଶେଖର ମହାନ୍ତିଙ୍କୁ ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଓ ପ୍ରଦୀପ୍ତ…

ଆମାଜନ ଜଙ୍ଗଲରେ ହଜି ଯାଇଥିଲେ ଆକୋଷ୍ଟା, ୩୧ ଦିନ ପରେ ହେଲେ ଉଦ୍ଧାର

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ସତ । ବଲିଭିୟାର ୩୦ ବର୍ଷୀୟ ଜୋନାଟନ ଆକୋଷ୍ଟା ଭୟଙ୍କର ଆମାଜନ ଜଙ୍ଗଲରେ ହଜି ଯାଇଥିଲେ । ସାଙ୍ଗମାନଙ୍କ ସହ ଜାନୁୟାରୀ ୨୫ରେ ଶୀକାର କରିବାକୁ ଯାଇଥିବା ଏହି ଯୁବକ ଆଉ ଫେରି ନ ଥିଲା । ବହୁତ ଖୋଜା ଖୋଜି ପରେ ସେମାନେ ଫେରି ଆସିଲେ । ସେ ନ ଫେରିବା ଯୋଗୁ…

ଶାହାରୁଖଙ୍କ ଜୱାନରେ ଅଭିନୟ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି । ଅଟଲୀଙ୍କ ଜୱାନରେ ସେ କାମେଓ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ତେବେ ପୁଷ୍ପା ୨ ଫିଲ୍ମର ଶୁଟିଂରେ ସେ ବ୍ୟସ୍ତ ରହିବାରୁ ଇଚ୍ଛା…

ଗତବର୍ଷ ଫେବ୍ରୁଆରୀ ତୁଳନାରେ ଓଡ଼ିଶାର GST ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଜିଏସଟି ସଂଗ୍ରହରେ ଓଡ଼ିଶାର ଅଭିବୃଦ୍ଧି । ଫେବ୍ରୁଆରୀ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ଫେବ୍ରୁଆରୀ ମାସରେ ଓଡ଼ିଶା ୪, ୧୦୧ କୋଟି ଜିଏସଟି ସଂଗ୍ରହଣ କରିଥିବା ବେଳେ ୨୦୨୩ ଫେବ୍ରୁଆରୀରେ ତାହା ୪, ୫୧୯ କୋଟି ରହିଛି । ଅର୍ଥାତ୍ ୨୦୨୨…

ଏକଚ୍ଛତ୍ରବାଦ ଶାସକଙ୍କ ନୂଆ ଆଦେଶ, ହଲିଉଡ ଫିଲ୍ମ ଦେଖିବା ମନା

ପେଙ୍ଗୟଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଆଉ ଏକ ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହା ଅନୁସାରେ ଏଣିକି ଉତର କୋରିଆରେ ହଲିଉଡ ଫିଲ୍ମ କେହି ଦେଖିପାରିବେ ନାହିଁ । ଯେଉଁ ପିଲାମାନେ ଫିଲ୍ମ ଦେଖିବେ ତାଙ୍କୁ ଏବଂ ସେମାନଙ୍କ ପିତାମାତାଙ୍କୁ ଜେଲଦଣ୍ଡ ଦିଆଯିବ । ଏହା…

ବିଗୁଡ଼ୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା, ସମସ୍ତଙ୍କ ଆଶୀର୍ବାଦ ମାଗିଲେ ଅଭିନେତା ଶ୍ରୀତମ

ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ଗତ ସପ୍ତାହରେ ଚିକିତ୍ସା ପାଇଁ ଦିଲ୍ଲୀର ଇନଷ୍ଟିଚ୍ଯୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା…

ତୃତୀୟ କ୍ରିକେଟ ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନରେ ଅଗ୍ରଣୀ

ଇନ୍ଦୋର: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଥମ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୦୯ ରନରେ ଅଲଆଉଟ ହୋଇ ଯାଇଥିଲା…