Latest Odisha News

BREAKING NEWS

ଏସିଆ କପ ପାଇଁ ଭାରତୀୟ ଟିମ ଘୋଷିତ: କୋହଲି, ରାହୁଲ ଫେରିଲେ

ନୂଆଦିଲ୍ଲୀ: ଆଗାମୀ ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ନେତୃତ୍ୱାଧିନ ଟିମରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଅପରପକ୍ଷରେ ସ୍ପିଡଷ୍ଟର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ବାଦ…

କାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତା କାଲି କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ । ରିପୋର୍ଟ ମୁତାବକ ୧୪ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ବିଜେପିର ସୁଧୀର ମୁଙ୍ଗାନତୱାର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ ଓ ଏକନାଥ ସିନ୍ଧେଙ୍କ ଟିମର ଗୁଲାବ ରଖୁନାଥ ପାଟିଲ, ସଦା ସର୍ଭନାକା, ଦୀପକ ବସନ୍ତ…

ଆଘାତ ସମସ୍ୟା ଯୋଗୁ ଏସିଆ କପରୁ ଓହରିଲେ ବୁମରାହ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଆଗାମୀ ଏସିଆ କପରୁ ଓହରି ଯାଇଛନ୍ତି । ସେ ପିଠି ଆଘାତ ସମସ୍ୟାରେ ପଡିଛନ୍ତି ଏବଂ ଏହା ଭଲ ହେବାକୁ କିଛି ଦିନ ସମୟ ଲାଗିବ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଓହରିବା କଥା ଘୋଷଣା କରାଯାଇ ନ ଥିଲେ…

ରାଜ୍ୟଗୋଷ୍ଠୀ କ୍ରୀଡା: ବ୍ୟାଡମିଂଟନ, ଟିଟିରେ କମାଲ

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଅଭିଯାନ ଶେଷ ହୋଇଛି । ଟିମଇଣ୍ଡିଆ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ୬୧ ପଦକ ହାସଲ କରି ଓଭରାଲ ୪ର୍ଥ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୧୭୮( ୬୭ ସ୍ୱର୍ଣ୍ଣ, ୫୭ ରୌପ୍ୟ, ୫୪ ବ୍ରୋଞ୍ଜ), ଇଂଲଣ୍ଡ ୧୭୬ (୫୭ ସ୍ୱର୍ଣ୍ଣ, ୬୬…

ବ୍ୟାଡମିଂଟନରେ ଭାରତକୁ ଡବଲ ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ୧୧ତମ ଦିନରେ ଭାରତୀୟ ବ୍ୟାଡମିଂଟନ ଖେଳାଳି ଦେଶ ପାଇଁ ୨ଟି ସ୍ୱର୍ଣ୍ଣ ଜିତିଛନ୍ତି । ସେମାନେ ହେଲେ ଲକ୍ଷ୍ୟ ସେନ ଓ ପିଭି ସିନ୍ଧୁ । ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ମାଲେସିଆର ଜେଇ ୟଙ୍ଗଙ୍କୁ ୧୯-୨୧, ୨୧-୯ ଓ ୨୧-୧୬ରେ ପରାସ୍ତ କରି ଏହି ସଫଳତା ହାସଲ…

ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ. ୧୧ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହା ପ୍ରଭାବର ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ଶାହ କହିଛନ୍ତି, ଓଡ଼ିଶାର ଅଚ୍ଛେଦିନ୍ ଆସିଗଲା । ଓଡ଼ିଶା ଭିତରେ ବିକାଶର ଅପାର…

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ, ଛାତ୍ରୀ ଆଗୁଆ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅପରାହ୍ଣ ୪ଟାରେ ରେଜଲ୍ଟ ପ୍ରକାଶ ପାଇଛି । ଯୁକ୍ତ ୨ କଳାରେ ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି । ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା…

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅମିତ ଶାହଙ୍କ ସହ ମନ୍ଦିର ଯାଇଛନ୍ତି । ଶ୍ରାବଣର ଶେଷ ସୋମବାରରେ…

୫ ବର୍ଷ ପରେ ୟୁ ସାର୍ଟିଫିକେଟ ପାଇବାରେ ପ୍ରଥମ ଫିଲ୍ମ ହେଲା ରକ୍ଷାବନ୍ଧନ

ମୁମ୍ବାଇ: ୫ ବର୍ଷ ପରେ ଭାରତୀୟ ସେନ୍ସର ବୋର୍ଡ ରକ୍ଷାବନ୍ଧନକୁ ୟୁ ସାର୍ଟିଫିକେଟ ପ୍ରଦାନ କରିଛି । ଏହା ପୂର୍ବରୁ ୨୦୧୭ରେ ଇରଫାନ ଖାଁଙ୍କ ହିନ୍ଦୀ ମିଡିୟମକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଫିଲ୍ମ ରିଲିଜ ହେବା ପୂର୍ବରୁ ସେନ୍ସର ବୋର୍ଡରୁ ସାର୍ଟିଫିକେଟ ଆଣିବାକୁ…