Latest Odisha News

BREAKING NEWS

ବିଫଳ ହେଲା ଇସ୍ରୋର ସାଟେଲଇଟ ଲଂଚ ଭେହିକିଲ ଏସଏସଏଲଭି-ଡି୧ର ଉତକ୍ଷେପଣ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଏସଏସଏଲଭି-ଡି୧ ସାଟେଲାଇଟ କକ୍ଷଚ୍ୟୁତ ହୋଇଛି । ଫଳରେ ଏହା ଆଉ କୌଣସି କାର୍ଯ୍ୟରେ ଲାଗିବ ନାହିଁ ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ନବନିର୍ମିତ ସାଟେଲାଇଟ ଲଂଚ ଭେହିକିଲ ଏସଏସଏଲଭି-ଡି୧ ଦ୍ୱାରା ପ୍ରଥମ ଥର…

ଫ୍ରେଣ୍ଡଶିପ ଡେରେ ରିଲିଜ ହେଲା ୩ ବନ୍ଧୁଙ୍କ ଫିଲ୍ମ ଉଁଚ୍ଚାଇର ଫାଷ୍ଟ ଲୁକ ପୋଷ୍ଟର

ମୁମ୍ବାଇ: ଫ୍ରେଣ୍ଡଶିପ ଦିବସରେ ୩ ବନ୍ଧୁଙ୍କ ଉପରେ ଆଧାରିତ ଫିଲ୍ମ ଉଁଚ୍ଚାଇର ଫାଷ୍ଟ ଲୁକ ପୋଷ୍ଟର ଜାରୀ ହୋଇଛି । ଅମିତାଭ ବଚ୍ଚନ ସୋସିଆଲ ସାଇଟରେ ପୋଷ୍ଟର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ଏହା ଏବେ ଭାଇରାଲ ହେବାରେ ଲାଗିଛି । ଅମିତାଭଙ୍କ ବ୍ୟତୀତ ରାଜଶ୍ରୀ ଓ ସୁରଜ ବଡଜାତ୍ୟାଙ୍କ ଏହି…

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରବିବାର ସଂଧ୍ୟା ସାଢ଼େ ଆଠଟା ସମୟରେ ମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭୁବନେଶ୍ୱରରେ ପହଞ୍ଚିବେ । ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଓଡ଼ିଶା ବିଜେପି ପକ୍ଷରୁ ଜାରି ପ୍ରେସ…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ବର୍ଷା: ବକ୍ସିଂରେ ନିଖତଙ୍କୁ ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟ ପଦକ ବର୍ଷା କରାଇବାରେ ଲାଗିଛନ୍ତି । ରବିବାର ମହିଳା ବକ୍ସିଂରେ ନିଖତ ଜରୀନ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ଯୋଡିଛନ୍ତି । ବିଶ୍ୱ ଚାମ୍ପିୟନ ନିଖତ ୫୦ କେଜି ବିଭାଗର ଫାଇନାଲରେ ନଦର୍ଣ୍ଣ ଆୟର୍ଲାଣ୍ଡର କାର୍ଲି ମ୍ୟାକନଲଙ୍କୁ ୫-୦ରେ…

ଲୋନ୍ ଆପ୍ ଠକେଇ: ଗିରଫ ତିନି ଜଣଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର: ଜାଲି ଲୋନ ଆପ୍ ଠକେଇ ମାମଲାରେ ଓଡ଼ିଶା ଇଓଡବ୍ଲୁ ଗିରଫ କରିଥିବା ତିନି ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ରବିବାର ରିମାଣ୍ଡରେ ନେଇଛି । ସେମାନେ ହେଉଛନ୍ତି - ନୀତିନ ମଲ୍ଲିକ, ସୁଶାନ୍ତ ଏବଂ ରକ୍ଷିତ । ନୀତିନ ମଲ୍ଲିକ ବିରୋଧରେ ଜିରଗାଓଁର ଚିଫ୍ ମେଟ୍ରୋପଲିଟାନ…

ଏଲଡସ, ଅମିତ ଓ ନୀତୁ ଜିତିଲେ ସ୍ୱର୍ଣ୍ଣ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ରବିବାର ୧୦ମ ଦିନରେ ଖବର ଲେଖାଯିବା ବେଳକୁ ଟ୍ରିପଲ ଜମ୍ପରେ ଏଲଡସ ପଲ, ବକ୍ସିରେ ଅମିତ ଫଙ୍ଗାଲ ଓ ନୀତୁ ସିଂ ସ୍ୱର୍ଣ୍ଣ ଜିତି ସାରିଛନ୍ତି । ଟ୍ରିପଲ ଜମ୍ପରେ ଭାରତୀୟ ଆଥଲେଟ ଇତିହାସ…

ନିରାଶ କଲେ ଭାରତୀୟ ମହିଳା ରିଲେ ଟିମ: ଦୂତି, ଶ୍ରାବଣୀଙ୍କ ହାତ ଖାଲି

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ମହିଳା ୪ ଗୁଣନ ୧୦୦ ରିଲେ ଟିମ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ଫାଇନାଲରେ ୫ମ ସ୍ଥାନରେ ରହି ସେମାନେ ଅଭିଯାନ ଶେଷ କରିଛନ୍ତି । ଓଡିଶାର ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ବ୍ୟତୀତ ରିଲେ ଟିମରେ ହିମା ଦାସ ଓ ଜ୍ୟୋତି ରେସରେ…

ଜ୍ଞାନକୌଶଳର ଚମତ୍କାରିତା; ଚଟାଣରୁ ୪ ଫୁଟ ଉପରକୁ ଉଠିଲା ୧୫ ବର୍ଷ ପୁରୁଣା ଘର

ରାୟଗଡ଼ା: ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ୧୫ ବର୍ଷ ପୁରୁଣା ଘରକୁ ୪ ଫୁଟ ଉପରକୁ ଉଠାଯାଇଛି। ଏହା ଶୁଣିବା ପାଇଁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସମ୍ଭବ ହୋଇଛି। ରାୟଗଡ଼ା ବ୍ଲକ ଅମଳାଭଟା ଗ୍ରାମରେ ଜଣେ ବ୍ୟକ୍ତି ରବି ଶେଖର ନିଜ ଘରେ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଘରର ଉଚ୍ଚତା ବଢାଇଛନ୍ତି।…

ରାଜ୍ୟଗୋଷ୍ଠୀ କ୍ରୀଡା: ୧୬ ବର୍ଷ ପରେ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଟିମ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛି । ଏଥିପାଇଁ ଅବଶ୍ୟ ହକି ପ୍ରେମୀଙ୍କୁ ୧୬ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ…

ବଢ଼ିଲା ଗୃହରକ୍ଷୀଙ୍କ ଦରମା; ଏବେ ପାଇବେ ୧୨ ହଜାରରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଲମ୍ବା ସମୟର ଦାବି ଆଂଶିକ ପୂରଣ କରିଛନ୍ତି ରାଜ୍ୟ ସରକାର ।  ରବିବାର ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି । ଇସ୍ତାହାର ଅନୁଯାୟୀ, ସରକାର ଡିସିଏ…