Latest Odisha News

BREAKING NEWS

ଶ୍ରୀଲଙ୍କାରେ ହେବନି ଏସିଆ କପ କ୍ରିକେଟ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବର୍ତମାନ ପରିସ୍ଥିତିରେ ଏସିଆ କପ ଆୟୋଜନ କରିବା ସମ୍ଭବପର ନୁହେଁ ବୋଲି ଏସିଆନ କ୍ରିକେଟ କାଉନସିଲକୁ ବିଧିବଦ୍ଧ ଭାବେ ଜଣାଇ ଦେଇଛି । ଶ୍ରୀଲଙ୍କାରେ ଆର୍ଥୀକ ଓ ରାଜନୈତିକ ସଙ୍କଟ ଚାଲିଛି । ଦେଶରେ ଅସ୍ଥିରତା ଲାଗି ରହିଥିବା ବେଳେ ଏତେ ବଡ ଟୁର୍ଣ୍ଣାମେଂଟ…

[ଦେଖନ୍ତୁ ଭିଡିଓ] କାଶୀପୁରର ୨୦ ଗାଁକୁ ବ୍ୟାପିଲାଣି ହଇଜା, ଗାଁ ଗାଁ ବୁଲି ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: କାଶୀପୁରରେ ବ୍ୟାପୁଛି ହଇଜା । ସଚେତନତା ସତ୍ତ୍ୱେ ଡାଇରିଆ ନିୟନ୍ତ୍ରଣକୁ ଆସୁନି । ଗୋଟିଏ ପରେ ଗୋଟିଏ ଗାଁକୁ ହଇଜା ବ୍ୟାପୁଥିବା ବେଳେ ୮ ଜଣଙ୍କ ଜୀବନ ଗଲାଣି । ଯାଞ୍ଚରୁ ଜଣାପଡ଼ିଛି ଦୂଷିତ ପାଣି ପାଇଁ ହଇଜା ବ୍ୟାପୁଛି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ଉତ୍ସବମୁଖର ରାଇରଙ୍ଗପୁର

ରାଇରଙ୍ଗପୁର: ମାଟିର ମହିଳା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ରାଇରଙ୍ଗପୁର ଉତ୍ସବମୁଖର ହୋଇଯାଇଛି । ରଙ୍ଗ ଖେଳ, ବାଣ, ବାଦ୍ୟ, ବାଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଇରଙ୍ଗପୁର ରାସ୍ତା । ପୁରା ଜିଲ୍ଲା ବାସୀ ମଉଜ ମନରେ ଅଛନ୍ତି । ରାଇରଙ୍ଗପୁର ସହର ଏବଂ ଦ୍ରୌପଦୀଙ୍କ ଘର…

ଫର୍ମ ଫେରି ପାଇବା ପାଇଁ ଜିମ୍ବାୱେ ବିପକ୍ଷରେ ଖେଳି ପାରନ୍ତି କୋହଲି !

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫର୍ମ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଟି୨୦ ବିଶ୍ୱକପ ପୂର୍ବରୁ କୋହଲି ମଧ୍ୟ ଫର୍ମକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ରିପୋର୍ଟ ମୁତାବକ କୋହଲି ଜିମ୍ବାୱେ ବିପକ୍ଷ ସିରିଜ ଖେଳିବାକୁ ଚାହୁଁଛନ୍ତି ।…

ପୁରୀରୁ ୨୬୭ ଗ୍ରାମର ବ୍ରାଉନସୁଗର ଜବତ, ୫ ମହିଳାଙ୍କ ସହ ନିଶା ବେପାରୀ ଗିରଫ

ପୁରୀ: ଶ୍ରୀକ୍ଷେତ୍ରରେ ବଢ଼ୁଛି ନିଶା କାରବାର । ମାଧ୍ୟମ ସାଜିଛନ୍ତି ମହିଳା । ମହିଳାଙ୍କୁ ଢାଲ କରି ନିଶା କାରବାର କରୁଛନ୍ତି ମାଫିଆ । ପୁରୀ ବାସେଳି ଥାନା ଅନ୍ତର୍ଗତ ନୋଳିଆ ସାହି ଅଞ୍ଚଳରୁ ୨୭୬ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । କାରବାରରେ ସମ୍ପୃକ୍ତ ନୋଳିଆ…

ଘୁମୁସର ବନଖଣ୍ଡରେ ଦନ୍ତା ହାତୀ ମୃତଦେହ ଜବତ, ଦାନ୍ତ ଚୋରି

ବ୍ରହ୍ମପୁର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଦନ୍ତା ହାତୀ।ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ ଦନ୍ତାହାତୀର…

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ : ଜାଭେଲିନ ଥ୍ରୋୟର ଅନ୍ନୁ ରାନୀ ପ୍ରଥମ ଭାରତୀୟ ମହିଳା ଭାବେ ପ୍ରବେଶ କଲେ ଫାଇନାଲରେ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟସ୍ତରରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନରେ ସୁଧାର ଘଟିବାରେ ଲାଗିଛି । ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ମହିଳା ଜାଭେଲିନ ଥ୍ରୋୟର ଭାବେ ଅନ୍ନୁ ରାନୀ ଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ବି ଯୋଗ୍ୟତା ପର୍ଯ୍ୟାୟରେ ସେ ୫୯.୬୦ ମିଟର ଦୂରତାକୁ…

୧୦୮ ବର୍ଷ ପରେ ଇତିହାସ ରଚିଲେ ପୂଜାରା

ଲଣ୍ଡନ: ଚଳିତ କାଂଉଟି କ୍ରିକେଟରେ ଚେତେଶ୍ୱର ପୂଜାରାଙ୍କ ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ୧୦ଟି ଇନିଂସରେ ୩ଟି ଦ୍ୱିଶତକ ମାରି ସାରିଲେଣି । ଏହା ବ୍ୟତୀତ ୧୭୦ ଓ ୧୦୯ ରନର ଇନିଂସ ମଧ୍ୟ ଖେଳିଛନ୍ତି । ୧୧୮ ବର୍ଷ ପରେ ସେ ସସେକ୍ସ ପକ୍ଷରୁ ଗୋଟିଏ ସିଜନରେ…

ଉତ୍ସବ ମୁଖର ମୟୂରଭଞ୍ଜ ଦ୍ରୌପଦୀଙ୍କ ପାଇଁ ୫୦ କୁଇଣ୍ଟାଲ ଲଡୁ

 ବାରିପଦା :  ଆଜି ଆସିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ସମର୍ଥନ ଦୃଷ୍ଟିରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରନ୍ତି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ। ନିର୍ବାଚନରେ ବାଜିମାତ୍ କଲେ ଦେଶର ମହାମହିମ ହେବେ ଜଣେ ଓଡ଼ିଆ ଝିଅ। ତେବେ ନିର୍ବାଚନୀ ଫଳାଫଳ ଘୋଷଣା ପୂର୍ବରୁ ଖୁବ୍ ଉତ୍ସାହିତ…

ଆଜି ବି ରାଜ୍ୟରେ ୧୧୦୦ ଉପରେ ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୧୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ…