କବିତା : ଦେହ ଦେଉଳ
ସ୍ମୃତି ରଞ୍ଜନ ତ୍ରିପାଠୀ
ତା'କୁ ମାଜିବୁନି କେବେ
କିଶୋରୀ ଛନ୍ଦର ତାଳେ ତାଳେ
ସରି ସରି ଯିବ ଭାବ
ସରୁଥିବ ଗୋଟିଏ ରାତିର
ଅସ୍ଥିର ତୁଳୀ
ସରି ଆସୁଥିବ କବିତା,
ମୋଗଲ ମୀନାରର
କାନଭାଷ ତଳେ ପଡୁଥିବ ପୂର୍ଣ୍ଣଛେଦ
ଆଇକୋଉ ରାଜା କାନ୍ଧରେ
ସମର୍ପିତ ହେଉଥିବ
ସମ୍ମୋହନର ପହିଲି ବାରତା…