Latest Odisha News

BREAKING NEWS

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର । ଫେରାର କଏଦୀ ଜଣକ ହେଲେ ଅର୍ଜୁନ ମୁଣ୍ଡା । ସେ କାଲି ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି । ଅର୍ଜୁନ ମୁଣ୍ଡା ଗତ ଡିସେମ୍ବର ମାସରେ ଗିରଫ ହୋଇ ଜେଲ୍ ରେ ଥିଲେ । ସୂଚନା ମୁତାବକ,…

ମିଳିଲାନି ଆଶ୍ୱସ୍ତି, ପୁଣି ୧୫ ଦିନ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିଓ୍ବାଲ୍‌

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆଜି ବି ରାଉଜ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ…

ବିବାଦ ଘେରରେ ପୀୟୁଷ ପଣ୍ଡାଙ୍କ ବୟାନ ’ତେଲିର ପୁଅ କିପରି ରାମ ମନ୍ଦିରର ଉଦଘାଟନ କରିପାରିବ’

କୋଲକାତା: ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତା ମାନଙ୍କର ବୟାନ ବାଜି ସେତେ ହେଉଛି । ବର୍ତ୍ତମାନ ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଆଦିକାରୀ ତୃଣମୁଳ କଂଗ୍ରେସ ନେତା ପୀୟୁଷ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି

ପୁରୀ: ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି ହୋଇଛି । ଏନେଇ ଆଜି ଶତାଧିକ ପୁରୀଵାସୀ ତାଙ୍କ ବାସଭବନ ଆଗରେ ପ୍ଲାକାର୍ଡ ଧରି ଅନୁରୋଧ କରିଛନ୍ତି । ପୁରୀ ସହରର ବିଭିନ୍ନ ସମସ୍ୟାରେ ପ୍ରିୟଦର୍ଶନ ପଟ୍ଟନାୟକ ସବୁବେଳେ ସ୍ୱର…

ଜଲପାଇଗୁଡିରେ ପ୍ରକୃତିର ତାଣ୍ଡବ: ୫ଜଣଙ୍କ ମୃତ୍ୟୁ, ୩୦୦ରୁ ଅଧିକ ଆହତ

କୋଲକାତା: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ । ଏଥିସହ ୩୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଜଲପାଇଗୁଡି ଜିଲ୍ଲାର ଦୁଇଟି ଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ି…

ଦେଶରେ ଆଜିଠୁ ନୂଆ ନିୟମ, ଜାଣନ୍ତୁ ସେଗୁଡିକ ବିଷୟରେ..

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆର୍ଥିକ ବର୍ଷ । ୨୦୨୪-୨୫ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ସାରା ଦେଶରେ ଅନେକ କିଛି ନୂଆ ନିୟମ ବଦଳିବାକୁ ଯାଉଛି ମିଳିବ । ଯାହା ସାଧାରଣ ଲୋକଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏହି ନିୟମ ପରିବାର୍ତ୍ତ ଭିତରେ କଣ କଣ…

ଆରବିଆଇ@୯୦: ୯୦ ବର୍ଷରେ ପାଦ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତ ସରକାରଙ୍କର ସର୍ବୋଚ୍ଚ ଅର୍ଥନୈତିକ ନିୟନ୍ତ୍ରଣକାରୀ ସଂସ୍ଥା । ଭାରତରେ ଅର୍ଥନୈତିକ ଉନ୍ନତି, ସୁଧାର ଓ ସୁରୁଖୁରୁରେ ଚାଲିବା ପାଇଁ ଏହା ବିଭିନ୍ନ ନିୟମ ପ୍ରଣୟନ କରେ । ଏହା ନିଜ ଅଧୀନରେ ଥିବା ବିଭିନ୍ନ ମୁଦ୍ରଣ ସଂସ୍ଥା ସାହାଯ୍ୟରେ ଆବଶ୍ୟକ…

ଟିକସ ଫାଙ୍କିବା ଅଭିଯୋଗରେ ବାଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢାଉ

ଭୁବନେଶ୍ଵର; ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସେଥିପାଇଁ ଆକ୍ସନ ମୋଡରେ ଏବେ ସବୁ ବିଭାଗ । କେନ୍ଦ୍ରିୟ ଏଜେନ୍ସିଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ । ଏବେ ସବୁଠାରେ ଜୋରଦାର ଚେକିଂ, ଚଢାଉ ଲାଗିରହିଛି । ଏହାରି ଭିତରେ ଭୁବନେଶ୍ଵରର ବହୁ ପ୍ରତିଷ୍ଠିତ କୋଚିଂ ସେଣ୍ଟର ବାଣିକରେ ଆଜି ସକାଳୁ…

ଆସୁଛି ଗ୍ରୀଷ୍ମପ୍ରବାହ: ଡହ ଡହ ଖରାରେ ସିଝିବ ଓଡିଶା, ୪୦ ଡିଗ୍ରୀ ପାର୍ ହୋଇପାରେ ତାପମାତ୍ର

ଭୁବନେଶ୍ବର: ରାଜ୍ୟକୁ ମାଡି ଆସୁଛି ଗ୍ରୀଷ୍ମ ପ୍ରବାହ । କାଲିଠୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ । କଲବଲ ହେବେ ରାଜ୍ୟବାସୀ । ଦିନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସହ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ । ଫଳରେ ଦିନରେ ଅତ୍ୟଧିକ ଗରମ ସହ ଗୁଳୁଗୁଳି ଅନୁଭୂତ ହେବାର…

ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ ଗ୍ୟାସ୍ ଦର, ଜାଣନ୍ତୁ କେତେ କମିଲା..

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ତେବେ ଏହି ଦର ହ୍ରାସ କେବଳ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଉପରେ ହୋଇଛି । ଘରୋଇ ସିଲିଣ୍ଡର…