Latest Odisha News

BREAKING NEWS

ଟିକସ ଫାଙ୍କିବା ଅଭିଯୋଗରେ ବାଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢାଉ

ଭୁବନେଶ୍ଵର; ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସେଥିପାଇଁ ଆକ୍ସନ ମୋଡରେ ଏବେ ସବୁ ବିଭାଗ । କେନ୍ଦ୍ରିୟ ଏଜେନ୍ସିଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ । ଏବେ ସବୁଠାରେ ଜୋରଦାର ଚେକିଂ, ଚଢାଉ ଲାଗିରହିଛି । ଏହାରି ଭିତରେ ଭୁବନେଶ୍ଵରର ବହୁ ପ୍ରତିଷ୍ଠିତ କୋଚିଂ ସେଣ୍ଟର ବାଣିକରେ ଆଜି ସକାଳୁ ସକାଳୁ ଆୟକର ବିଭାଗ ଚଢାଉ କରିଛି । ବାଣିକ କୋଚିଂ ସେଣ୍ଟର ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟର । ତେବେ ‘ିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଚଢାଉ କରିଛି ବୋଲି ସୂଚନା ମିଳିଛି ।

BjdElectrycity

ସୂଚନା ଅନୁସାରେ, ଭୁବନେଶ୍ୱର ନୟାପଲ୍ଲୀ ବ୍ରାଞ୍ଚରେ ଥିବା ବାଣିକ କୋଚିଂ ସେଣ୍ଟରରେ ଚଢାଉ କରିଛି ଆଇଟି ବିଭାଗ । କୋଚିଂ ସେଣ୍ଟରରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଛି । ରାତି ପ୍ରାୟ ୪ଟାରୁ ଆୟକର ବିଭାଗର ଅଧିକାରୀ ଚଢାଉ କରୁଥିବା ସୂଚନା ମିଳିଛି । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଭୁବନେଶ୍ୱରସ୍ତିତ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢାଉ କରିଛି । ତେବେ ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଉଛି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସୁବ୍ରତ ଛାଟୋଇଙ୍କ ଘରେ କିମ୍ବା ଅଫିସରେ ପ୍ରଥମ ଥର ପାଇଁ ଏହି ରେଡ କରାଯାଇ ନାହିଁ । ଏହାପୂର୍ବରୁ ଅର୍ଥାତ୍ ଗତବର୍ଷ ମଧ୍ୟ ଆୟକର ବିଭାଗ ପକ୍ଷରୁ ତାଙ୍କ ବାସଭବନ ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ କରାଯାଇଥିଲା । ସେତେବେଳେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଫାଙ୍କିବା ନେଇ ସେତେବେଳେ ମଧ୍ୟ ସୁବ୍ରତଙ୍କ ଉପରେ ଅଭିଯୋଗ ହୋଇଥିଲା । ପରେ ପରେ ଏନେଇ ମାମଲା ରୁଜୁ କରାଯିବା ସହ ସୁବ୍ରତଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ।

ତେବେ ଆଗକୁ ନିର୍ବାଚନ ଥିବା ବେଳେ ଆୟକର ବିଭାଗର ଏହି ଚଢାଉ ରାଜନୀତି ମାହୋଲକୁ ଆହୁରି ସରଗରମ କରିପାରେ । ସୁବ୍ରତଙ୍କର ବିଜେଡିରେ ଦବଦବା ରହିଥିବା ବେଳେ ନିର୍ବାଚନରେ ତାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ମଧ୍ୟ ଲାଗିରହିଛି ।

 

 

Leave A Reply

Your email address will not be published.