Latest Odisha News

ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା

ବାଲେଶ୍ଵର: ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୁକାନ୍ତ ୨୦୧୯ରେ ବିଜେଡି ଛାଡ଼ି ବିଜେପିକୁ ଆସି ନିର୍ବାଚନ ଜିତିଥିଲେ । ତେବେ ସେ…

ପୁରୀରେ ଅସମ୍ଭାଳ ଭିଡ଼; ପଶ୍ଚିମଦ୍ୱାରରେ ଲମ୍ବା ଲାଇନ୍, ତାତିରେ କଲବଲ ଭକ୍ତ

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ପଟେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଚଣ୍ଡ ଖରା ତାତିରେ ଲମ୍ବା ଲାଇନରେ ଠିଆ ହୋଇ ହନ୍ତସନ୍ତ ହେଉଛନ୍ତି ଭକ୍ତ । ଆଜି ପ୍ରଚଣ୍ଡ ତାତି ଯୋଗୁଁ ବଡ଼ଦାଣ୍ଡରେ ଚାଲି ଚାଲି ଯିବା ଶ୍ରଦ୍ଧାଳୁଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଯେଉଁଥିପାଇଁ…

ଏତିକି ବେଳୁ ଜଳିଲାଣି ପୁରା ଓଡିଶା, ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ମୁହାଁ

ଭୁବନେଶ୍ଵର: ଏବେଠୁ ଜଳିଲାଣି ପୁରା ଓଡିଶା । ଆଗକୁ କେତେ? ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବରର ପାରଦ ୩୬ ଡିଗ୍ରୀ ଟପିଛି । ଯାହା ସ୍ବାଭାବିକରୁ ଅଧିକ । ତେଣୁ ରାଜ୍ୟରେ ଏବେଠାରୁ ଯେଉଁଭଳି ଗ୍ରୀଷ୍ମ ଅନୁଭୂତ ହେଲାଣି ହୁଏତ ଏହା ପୂର୍ବବର୍ଷ ଗୁଡିକର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।…

ଭୋଟରଙ୍କୁ ପ୍ରଭାବିତ କରିବାକୁ ହୀନ ଉଦ୍ୟମ, କୋଟିଆରେ ଡ଼ିଜିଟାଲ ମିଟର ଲଗାଇଲା ଆନ୍ଧ୍ର

କୋରାପୁଟ: ନିର୍ବାଚନ ପୂର୍ବରୁ ଆନ୍ଧ୍ରର ଆଉ ଏକ ଚାଲ୍ ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆର ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି । ଆଗକୁ ଭୋଟ୍ ଥିବାରୁ ଆନ୍ଧ୍ର ପକ୍ଷରୁ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ କୋଟିଆ…

କେଜ୍ରିୱାଲଙ୍କ ପାଇଁ କେଜ୍ରିୱାଲ କୋ ଆଶୀର୍ବାଦ ଅଭିଯାନ ଆରମ୍ଭ କଲେ ସୁନୀତା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ର ଅରବିନ୍ଦ କେଜ୍ରିୱାଲ ଏବେ ଇଡି ହେପାଜତରେ ଅଛନ୍ତି। ଏପ୍ରିଲ ୨ ପର୍ଯ୍ୟନ୍ତ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି । ଏହାରି ଭିତରେ ସିଏମ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ପୁଣି ଥରେ ଜନତାଙ୍କୁ…

ସମ୍ବଲପୁର ମାଟିରେ ପ୍ରଣବ; କହିଲେ, ‘ବାପାଙ୍କର କର୍ମଭୁମି ଥିବାରୁ ଆଜି ମୋ ଘରେ ଠିଆ ହେବା ପରି ଲାଗୁଛି’

ସମ୍ବଲପୁର: ସମ୍ବଲପୁର ଲୋକ ସଭା ଆସନରୁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିରୁ ଟିକେଟ୍ ମିଳିବା ପରେ ସମ୍ବଲପୁର ଗସ୍ତ କରିଛନ୍ତି । ସମର୍ଥକ ମାନଙ୍କ ସହ ଯାଇ ମାଆ ସମଲେଇଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି । ଏହି ଅବସରରେ ସମ୍ବଲପୁରବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଭାବବିହ୍ବଳ…

ମୁଖତାର ଅନସାରୀ ମୃତ୍ୟୁ ମାମଲା, ହାଇଆଲର୍ଟରେ ୟୁପି

ଲକ୍ଷ୍ନୌ: ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି ପୂର୍ବତନ ବିଧାୟକ ମୁଖତାର ଅନସାରୀ । ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏବେ ୧୪୪ ଧାରା ଲାଗୁ କରାଯାଇଛି । ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଏହା ପରେ ତାଙ୍କର ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।…

ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ନୂଆଦିଲ୍ଲୀ: ଆୟକର ବିଭାଗ କଂଗ୍ରେସକୁ ୧୭୦୦ କୋଟି ଟଙ୍କାର ନୋଟିସ ଦାବି କରିଛି । ୨୦୧୭-୧୮ ଏବଂ ୨୦୨୦-୨୧ ବର୍ଷ ପାଇଁ ଏହି ନୋଟିସ୍ ପ୍ରଦାନ କରାଯାଇଛି। ଏଥିରେ ଜୋରିମାନା ସହ ସୁଧ ଅନ୍ତର୍ଭୁକ୍ତ । ଗୁରୁବାର ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ ବର୍ଷ ପର୍ଯ୍ୟନ୍ତ ଟିକସ…

ଏଆଇ ଠୁ ନେଇ ସ୍ଵାସ୍ଥ୍ୟ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଆଲୋଚନା ହୋଇଛି । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ଏଆଇ ଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଜଳବାୟୁ ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,…

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପକି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା…