Latest Odisha News

BREAKING NEWS

ପିଏମ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟନ କରାଯାଉ ଦାବିରେ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ପିଏମ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ୯୨ ଖଣ୍ଡ ଗ୍ରାମର ଚାଷୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଚାଷୀ ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଦାବି ନେଇ ୯୨ ଖଣ୍ଡ ଗ୍ରାମର ୩ ହଜାରରୁ ଅଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ପରେ ଜିଲ୍ଲାପାଳଙ୍କ ଜରିଆରେ…

ଆଦିବାସୀଙ୍କ ଅଭିନବ ଉଦ୍ୟମ : ବିଷାକ୍ତ ଗଛରୁ ତିଆରି କଲେ ସୁନ୍ଦର କଳାକୃତି

ଚେନ୍ନାଇ : ଆଦିବାସୀଙ୍କର ଅଭିନବ ଉଦ୍ୟମ । ଜଙ୍ଗଲରେ ଥିବା ବିଷାକ୍ତ ପ୍ରଜାତିର ଗଛର ଡ଼ାଳ ଓ ଗଣ୍ଡିକୁ ବ୍ୟହବାର କରି ସୁନ୍ଦର କାରୁକାର୍ଯ୍ୟ କରି ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତାମିଲନାଡ଼ୁ ରାଜ୍ୟର…

ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଲା ସୁଦର୍ଶନଙ୍କ ହକି ଷ୍ଟିକ୍

ପୁରୀ: ସାରା ରାଜ୍ୟରେ ହକି ଫିଭର ଲାଗି ରହିଥିବା ବେଳେ ସେହି ସମୟରେ ବିଶ୍ୱ ରେକର୍ଡରେ ନାଁ ଲେଖାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କଟକ ମହାନଦୀ ତଟରେ ସୁଦର୍ଶନ ବାଲୁକା କଳାରେ କରିଥିବା ହକି ଷ୍ଟିକକୁ ବିଶ୍ୱ ରେକର୍ଡ଼ରେ ସ୍ଥାନ ମିଳିଛି । ୱାର୍ଲଡ଼…

ସରିଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର : ଶେଷ ହେଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ । ତିନି ଦିନ ଧରି ଚାଲିଥିବା ଏହି ନୃତ୍ୟ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଓଡ଼ିଶୀ ନୃତ୍ୟ । ସନ୍ଧ୍ୟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ…

ଦାବି ମାନିଲେ ସରକାର; ସ୍ଥଗିତ ହେଲା ବସ ଧର୍ମଘଟ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି । ଘରୋଇ ବସ ମାଲିକ ସଂଘ ଏହି ସୂଚନା ଦେଇଛି । ୧୦ ଦଫା ଦାବି ନେଇ ଜାନୁଆରୀ ୧୭ ତାରିଖରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦେଇଥିଲା ଘରୋଇ ବସମାଲିକ ସଂଘ । ଏହି ଦାବି ନେଇ ସରକାରଙ୍କ…

ବିବାଦୀୟ ମୋଡ ନେଉଛି ବୋଟ ନିଖୋଜ ଘଟଣା; ୧୩ ମତ୍ସ୍ୟଜୀବୀ ୫ ଦିନ ଧରି ସମୁଦ୍ରରେ କ’ଣ କରୁଥିଲେ ?

ପାରାଦ୍ୱୀପ:  ପାରାଦ୍ଵୀପର ଦୁଇଟି ବୋଟ ନିଖୋଜ ହେବା ଘଟଣାକୁ ନେଇ  ବଢିଲା ସସପେନ୍ସ। ଦୁଇଟି ଯାକ ବୋଟ୍ ପାରାଦ୍ଵୀପ ଫେରିଥିଲେ ମଧ୍ୟ ବୋଟ୍ କର୍ମଚାରୀଙ୍କ କଥାରେ ରହୁନାହିଁ ତାଳମେଳ। ଘଟଣାର ତଦନ୍ତ ଏବେ ମତ୍ସ୍ୟ ବିଭାଗ, କୋଷ୍ଟଗାର୍ଡ ଓ ପୋଲିସ ହାତରେ।  ପାରାଦ୍ଵୀପ ମାଛଧରା ବନ୍ଦରରୁ ଦୁଇଟି…

ଆସନ୍ତାକାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର କରାଯିବ। ଯେଉଁ ଗାଡ଼ିଗୁଡ଼ିକର ନମ୍ବରର ଶେଷ ସଂଖ୍ୟା ୧ରୁ ୬ ଥିବ ସେହି ଗାଡ଼ିଗୁଡ଼ିକ ଚେକିଂ ପରିସରକୁ ଆସିବ। ତେବେ ଚେକିଂର ପ୍ରଥମ ସପ୍ତାହରେ ନିୟମ ଖିଲାପକାରୀଙ୍କୁ କେବଳ ଚେତାବନୀ ଦେଇ…

ଅଯୋଧ୍ୟାରେ ଶୋଭା ପାଇପାରେ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଶୋଭା ପାଇପାରେ ଓଡ଼ିଆ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ଶିଳ୍ପୀ ସୁଦର୍ଶନ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ।

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩; ଗପରେ ଗପରେ ଜମିଗଲା ସନ୍ଧ୍ୟା

ଭୁବନେଶ୍ୱର: ଶେଷ ହୋଇଛି ଅପେକ୍ଷା । ଐତିହ୍ୟ,ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର