Latest Odisha News

BREAKING NEWS

ଗୁଜରାଟରେ ବିଜେପି ଲେଉଟାଣି: ମୋଦୀଙ୍କୁ ଶୁଭେଚ୍ଛାର ସୁଅ

ଗୁଜରାଟ: ଗୁଜରାଟରେ ବିଜେପିର ଧମାକାଦାର ଜିତ୍ । ପୁଣି ଶାସନକୁ ଫେରିଲା ବିଜେପି । ଗୁଜରାଟରେ ଭାରତୀୟ ଜନତା ପାର୍ଟିର ଜିତ୍ ହାସଲ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତିଯେ ଗୁଜରାଟ…

ପ୍ରଦୀପଙ୍କୁ ବହୁ ପଛରେ ପକାଇଲେ ବର୍ଷା ସିଂ ବରିହା

ପଦ୍ମପୁର: ଶେଷରେ ବାଜି ମାରିଲେ ବର୍ଷା । ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯାଉଛି ଭୋଟ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ । ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା । ବିଜେପି…

୧୫ ରାଉଣ୍ଡ ସୁଦ୍ଧା ଟ୍ରେଣ୍ଡ ଜାରି ରଖିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି ।  ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି ।…

ପଦ୍ମପୁର ଉପନିର୍ବାଚନ: ଆଗେଇ ଚାଲିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ବିଜେଡି ଟ୍ରେଣ୍ଡ ଜାରି ରଖିଛି । ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୪୪୫ ଭୋଟରେ ଆଗୁଆ ରହିଛି । ବିଜେପି ୩୨୧୪୩, ବିଜେଡି ୪୮୫୮୮, କଂଗ୍ରେସ ୧୭୯୬ ଖଣ୍ଡ ଭୋଟରେ ଆଗୁଆ ଆଛନ୍ତି । ୮ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୫,୫୪୧ ଭୋଟରେ ଆଗୁଆ…

୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର : ୩ୟ ରାଉଣ୍ଡ ସୁଦ୍ଧା ଫଳାଫଳ  । ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ । ପ୍ରଦୀପଙ୍କୁ ପଛରେ ପକାଇ ବର୍ଷା ସିଂ ଆଗୁଆ ରହିଛନ୍ତି । ବିଜେପି ୧୦୧୫୦, ବିଜେଡି ୧୫୯୧୬ ଓ କଂଗ୍ରେସ ୪୭୪ ଭୋଟରେ ଆଗୁଆ ରହିଛନ୍ତି । ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ ଥିଲା । ପଦ୍ମପୁର ଉପନିର୍ବାଚନ ପାଇଁ…

ପଦ୍ମପୁର ଫାଇଟ୍: ଲଗାତାର ୨ରାଉଣ୍ଡରେ ବିଜେଡି ଆଗୁଆ

ପଦ୍ମପୁର: ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ୩୦୭୦ଭୋଟରେ ବିଜେଡି ଆଗୁଆ ରହିଥିବା ବେଳେ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ  । ଲଗାତାର ଦୁଇଟି ରାଉଣ୍ଡରେ ବିଜେଡି ଆଗୁଆ ରହିଥିବା ସୂଚନା ମିଳିଛି । ୧ମ ରାଉଣ୍ଡରେ ୧୭୧୨ ଭୋଟ୍ ରେ ଆଗୁଆ ଥିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା…

୧ମ ରାଉଣ୍ଡରେ ୧୭୧୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର:  ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ । ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ସୂଚନା ମିଳିଛି  । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ରହିଛନ୍ତି । ୧୭୧୨ ଖଣ୍ଡ ଭୋଟ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ…

ଗୁଜରାଟରେ ଗଡ଼ ବଜାୟ ରଖିବ କି ବିଜେପି? ହିମାଚଳରେ କାଣ୍ଟେ କା ଟକ୍କର; ଏକଜିଟ୍ ପୋଲ୍ ଦେଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  ଗୁଜରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗୁଜରାଟ୍ ରେ ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି ହେଉଛି । ଗୁଜରାଟରେ ୨୭ ବର୍ଷର ଶାସକ ବିଜେପି ବିଜୟ ଆଶା ବାନ୍ଧିଛି । ସେପଟେ ହିମାଚଳପ୍ରଦେଶରେ ବିଜେପି ପୁଣି ଥରେ ଶାସନକୁ ଆସିବାକୁ ଜୋର୍…

ପୋଷ୍ଟାଲ ବାଲାଟ୍ ଗଣତି ସରିଲା, ଇଭିଏମ୍ ଗଣତି ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି । ସକାଳ ୮ଟାରେ ପୋଷ୍ଟାଲ ବାଲାଟରୁ ଗଣତି ସରିଛି । ୨୯୬ଟି ପୋଷ୍ଟାଲ ବାଲାଟ ଗଣତି ହୋଇଛି । ଅନୁପସ୍ଥିତ ଭୋଟରଙ୍କ ମଧ୍ୟରେ ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ସାମିଲ ଅଛନ୍ତି । ସାଢେ…

ମୈନପୁରୀ ଲୋକସଭା ଓ ୬ ବିଧାନସଭା ଉପନିର୍ବାଚନର ଆସିବ ରେଜଲ୍ଟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ଗୁଜରାଟ ବ୍ୟତୀତ ମୈନପୁରୀ ଲୋକସଭା ସିଟ୍ ଓ ୬ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ମୈନପୁରୀ ସିଟ୍ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଛି । ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି ।…