Latest Odisha News

BREAKING NEWS

ମିଛ ବିଜ୍ଞାପନ ଦେଇନି,ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁ ଦଣ୍ଡ ପାଇଁ ପ୍ରସ୍ତୁତ: ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଉତ୍ତର ରଖିଲେ ବାବା ରାମଦେବ

ନୂଆଦିଲ୍ଲୀ: ପତଞ୍ଜଳି କମ୍ପାନୀର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଉତ୍ତର ରଖିଛନ୍ତି ନିଜେ ବାବା ରାମଦେବ। ସେ କହିଛନ୍ତି, ଔଷଧକୁ ନେଇ ସେ କୌଣସି ମିଛ ବିଜ୍ଞାପନ ବା ମିଛ ପ୍ରଚାର କରୁନାହାଁନ୍ତି । ଯଦି ତାଙ୍କର ଔଷଧରେ ତ୍ରୁଟି ପ୍ରମାଣିତ ହେବ ତେବେ ସୁପ୍ରମକୋର୍ଟ ତାଙ୍କ ଉପରେ ଜରିମାନା ଲଗାଇ ପାରିବେ । ଏପରିକି ମୃତ୍ୟୁ ଦଣ୍ଡ ବି ଦେଇ ପାରନ୍ତି । ଏଥିପାଇଁ ତାଙ୍କର କୌଣସି ଆପତ୍ତି ନାହିଁ ।

BjdElectrycity

ସୂଚନାଥାଉ କି, ଦିନକ ପୂର୍ବରୁ ଏଲୋପାଥି ଔଷଧକୁ ଟାର୍ଗେଟ କରି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ ନକରିବା ପାଇଁ ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଚେତାବନୀ ଦେଇଥିଲେ। ଅଦାଲତ କମ୍ପାନୀକୁ ଏଭଳି ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଚେତାବନୀ ଦେଇ କହିଛନ୍ତି ଯେ ପତଞ୍ଜଳିର ଉତ୍ପାଦଗୁଡ଼ିକର କେତେ ରୋଗକୁ “ଆରୋଗ୍ୟ” କରିବାର କ୍ଷମତା ରଖିଛି ବୋଲି ଯେଉଁ ଦାବି କରାଯାଉଛି ସେଥିପାଇଁ ୧ କୋଟି ଟଙ୍କା ଜରିମାନା ହୋଇପାରେ।

ଏହାର ଉତ୍ତରରେ ପତଞ୍ଜଳି ପକ୍ଷରୁ କୁହାଯାଇଛି, ରୋଗ ନିରାକରଣ ପାଇଁ ତାଙ୍କ ପ୍ରସ୍ତୁତ ଔଷଧକୁ ନେଇ କୌଣସି ମିଛ ବିଜ୍ଞାପନ କମ୍ପାନୀ ପ୍ରକାଶ କରୁନାହିଁ । ଏକ କୋଟିରୁ ଅଧିକ ଲୋକଙ୍କ ପାଖରେ ଏହାର ରେକର୍ଡ ରହିଛି । ସାରା ବିଶ୍ୱରେ ଏହାର ସାକ୍ଷୀ ଅଛନ୍ତି ।

କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି, ସେ ଅଦାଲତର ସମ୍ମାନ କରନ୍ତି । ଯଦି ସେ ମିଛ ବିଜ୍ଞାପନ ଛାପୁଥିବା ପ୍ରମାଣ ମିଳେ ତେବେ କୋର୍ଟ ତାଙ୍କ ଉପରେ ଏକ କୋଟିର ଜରିମାନା ଲଗାଇ ପାରିବେ । ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ରାମଦେବ କହିଛନ୍ତି । ହରିଦ୍ୱାରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାମଦେବ ଏକଥା କହିବା ସହ ଉଚ୍ଚତମ ନ୍ୟାୟାଳୟ ତାଙ୍କର ପକ୍ଷ ମଧ୍ୟ ଶୁଣିବା ଉଚିତ ବୋଲି କହିଥିଲେ ।

ଯଦି ଏପରି ସୁଯୋଗ ମିଳେ ତେବେ ସେ ନିଜେ ସମସ୍ତ ତଥ୍ୟ, ସାକ୍ଷୀ ଏବଂ କ୍ଲିନିକାଲ ପେପର ସହ କୋର୍ଟରେ ଉପସ୍ଥିତ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.