Latest Odisha News

କୋହଲିଙ୍କୁ ଭଲ ମନ୍ଦ କରି କହିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ତାଙ୍କ ବୟାନ ନେଇ ଭର୍ତ୍ସନା କରିଛନ୍ତି । ଟି୨୦ କ୍ରିକେଟରେ କୋହଲିଙ୍କ ଷ୍ଟ୍ରାଇକ ରେଟକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି । କିଛି ଦିନ ତଳେ କୋହଲି ଏ ନେଇ କମେଂଟେଟରଙ୍କୁ ଟାର୍ଗେଟ କରିଥିଲେ । ଗାଭାସ୍କର ଏବେ ଏହାର ଜବାବରେ କହିଛନ୍ତି ଯେ, ଯଦି ତୁମକୁ ବାହାର ଲୋକଙ୍କ କଥା ଭଲ ଲାଗୁନି ତୁମେ ଏହାର ଉତର କାହିଁକି ଦେଉଛ । ଆମେ ବି କିଛି କ୍ରିକେଟ ଖେଳିଛୁ । ଆମର ବି ଅଭିଜ୍ଞତା ଅଛି । କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ରଖି ଆମ କହୁନୁ । ଯାହା ଦେଖୁଛୁ ତାହା ବୟାନ କରିଛୁ । କାହାର ପସନ୍ଦ ଓ ନାପସନ୍ଦ ନେଇ ଆମେ ମତ ରଖୁନୁ । ମୁଁ ଅଧିକ ଟି୨୦ ମ୍ୟାଚ ଦେଖେନି, ଯଦି କୌଣସି ବ୍ୟାଟ୍ସମ୍ୟାନ ୧୧୮ ଷ୍ଟ୍ରାଇକ ରେଟରେ ଖେଳି ଆଉଟ ହୁଏ ଏବଂ ପ୍ରଶଂସା ଆଶା କରେ ତାହା ଭିନ୍ନ କଥା ବୋଲି ଲିଟିଲ ମାଷ୍ଟର କହିଛନ୍ତି ।

BjdElectrycity

ସୂଚନାଯୋଗ୍ୟ, ଏପ୍ରିଲ ୨୮ରେ ଗୁଜରାଟ ବିପକ୍ଷରେ ଦ୍ରୁତ ୭୦ ରନ କରିଥିଲେ । ମ୍ୟାଚ ପରେ ସେ ଆଲୋଚକଙ୍କୁ ଜବାବ ଦେଇ କହିଥିଲେ, ସ୍ପିନର୍ସଙ୍କ ବିପକ୍ଷରେ ସଂଘର୍ଷ କରିବା ଏବଂ ଧୀମା ହାରରେ ବ୍ୟାଟିଂ କରିବା ମୋ ପାଇଁ ବଡ କଥା ନୁହେଁ । ଦଳର ବିଜୟ ସର୍ବଦା ମୋ ପାଇଁ ପ୍ରାଥମିକତା ରଖିଥାଏ । ମୁଁ ମୋ କାର୍ଯ୍ୟ ସୁଚାରୁରୂପେ ତୁଲାଉଛି । କଂମେଟ୍ରି ବକ୍ସରେ ବସି କମେଂଟ କରିବା ବହୁତ ସହଜ କଥା । ବାହାର ଶବ୍ଦକୁ ଧ୍ୟାନ ଦେଲେ ଆମେ ଖେଳିପାରୁବୁ ନାହିଁ ବୋଲି ସେ କହିଥିଲେ ।

Leave A Reply

Your email address will not be published.