Latest Odisha News

BREAKING NEWS

ଏପ୍ରିଲ ମାସରେ ବ୍ୟାଙ୍କ ଯାଉଛନ୍ତି କି ? ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ…

ନୂଆଦିଲ୍ଲୀ : ଆପଣ ମାନେ ଜାଣନ୍ତି ଯେ, ପ୍ରତିମାସ ରିଜର୍ଭ ବ୍ୟାଙ୍କ ତରଫରୁ ଛୁଟି ତାଲିକା ପ୍ରକାଶ ପାଇଥାଏ । ଏନେଇ  ଏପ୍ରିଲ ମାସ ପାଇଁ  ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ତେବେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତେବେ ତାକୁ ତୁରନ୍ତ ମେଣ୍ଟାଇ ଦିଅନ୍ତୁ । ଏପ୍ରିଲ  ମାସରେ ଅନେକ ଗୁଡ଼ିଏ ପର୍ବ ରହୁଥିବାରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଛୁଟି ଜାରି କରାଯାଇଛି । ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ ମାସରେ କେବଳ ଘରୋଇ ଓ ଜାତୀୟକରଣ ବ୍ୟାଙ୍କ ଗୁଡିକ ୧୫ ଦିନ ଛୁଟି ରହିବ । ତେବେ ସବୁଠୁ ବଡ଼ କଥା ହେଉଛି ଏହି ୧୫ ଦିନିଆ ଛୁଟି ମଧ୍ୟରେ କିଛି ସ୍ଥାନୀୟ ଛୁଟି ରହୁଛି  । ତେବେ ଆସନ୍ତୁ ଜାଣିବା ଏପ୍ରିଲ ମାସର କେଉଁ କେଉଁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ ?

ଏପ୍ରିଲ ପହିଲାରେ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ ବନ୍ଦ ରହିବ ବ୍ୟାଙ୍କ । ଯଦିଓ ବ୍ୟାଙ୍କ ଖୋଲା ରୁହେ ତେବେ ସେହିଦିନ ଟଙ୍କା ନେଣଦେଣ ହୋଇପାରିବ ନାହିଁ । ଏପ୍ରିଲ ୨ ରବିବାର କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୪ ତାରିଖରେ ମହାବୀର ଜୟନ୍ତୀ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୫ ତାରିଖରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ  ।

ସେହିଭଳି ଏପ୍ରିଲ ୭ ତାରିଖ ଗୁଡ ଫ୍ରାଇଡେ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୮ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ । ଅନ୍ୟପଟେ ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି(ପଣା ସଂକ୍ରାନ୍ତି), ତାମିଲ ନବବର୍ଷ,ଡ.ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୫ ତାରିଖରେ ବିଶୁ/ବଙ୍ଗାଳୀ ନବବର୍ଷ/ ବୋହାଗ ବିହୁ ଓ ହିମାଚଳ ଦିବସ ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

ଏପ୍ରିଲ ୧୬ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୧୮ ଶବ-ଏ-କଦ୍ର ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୮ ତାରିଖରେ ଇଦ-ଓଲ-ଫିତର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୨ ରେ ରମଜାନ ଇଦ୍ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୩ ଓ ୩୦ ତାରିଖରେ ରବିବାର ପଡୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।

ଯଦି ଆପଣ ଏପ୍ରିଲ୍ ମାସରେ ଆପଣଙ୍କର ବ୍ୟାଙ୍କ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଯାଉଛନ୍ତି  । ତେବେ ଯିବା ପୂର୍ବରୁ ଏହି ଛୁଟିଦିନ ଗୁଡିକର ତାଲିକା ଥରେ ଦେଖି ନିଅନ୍ତୁ  । ନଚେତ୍ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି  ।

 

 

Leave A Reply

Your email address will not be published.