Latest Odisha News

BREAKING NEWS

ବିଧାୟିକା ସୁନନ୍ଦା ଦାସ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଯାଜପୁର ବରୀ ବିଧାୟିକା ସୁନନ୍ଦା ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ମୋର କରୋନା ଟେଷ୍ଟ ପଜିଟିଭ ଆସିଛି । କିନ୍ତୁ ମୋର କରୋନାର କିଛି ଲକ୍ଷଣ ନାହିଁ । ମୁଁ ସୁସ୍ଥ ଅଛି । ତଥାପି ରିପୋର୍ଟ ପଜିଟିଭ ଆସିଥିବାରୁ ସେ ହୋମ୍ ଆଇସୋଲେସନ୍‌ରେ ଥିବା କଥା କହିଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ସୁନନ୍ଦା ଦାସ ଅନୁରୋଧ କରିଛନ୍ତ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ସୁଦ୍ଧା ୧୪ବିଧାୟକ ଓ ୨ ସାଂସଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

 

Leave A Reply

Your email address will not be published.