Latest Odisha News

BREAKING NEWS

ଜାଣନ୍ତୁ ବାସଙ୍ଗ ପତ୍ରର ଚମତ୍କାରିତା

ଭୁବନେଶ୍ବର: ଅନେକ ଔଷଧିୟ ଗଛ ଅଛି  ଯାହାକୁ ଆମେ ନିତିଦିନ ବ୍ୟବହାର କରୁ କିନ୍ତୁ ଆମେ ଆପଣଙ୍କୁ ଆଜି ଏଭଳି ଏକ ଔଷଧିୟ ଗଛ ବିଷୟରେ କହିବୁ ଯାହାର ଫୁଲ ,ପତ୍ର,ଛାଲ ଆଦି ଏଜ ରାମବାଣ ପରି କାମ କରେ । ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ । ବାସଙ୍ଗ ଗଛ ଯାହା ଆମ ଶରୀର ପାଇଁ ଖୁବ ଲାଭଦାୟକ । ଥଣ୍ଡା କାଶ ହୋଇଥିଲେ ୫ ଟି ବାସଙ୍ଗ ପତ୍ର ସହ ୧୦ ଟି ଗୋଲମରିଚ ଏବଂ ସେଥିରେ କିଛି ମିସିରି , ଅଦା କୁ ମିଶାଇ ଶିଝାଇ ପିଇଲେ କାଶ ଭଲ ହୋଇଥାଏ ।

୪ ଟି ବାସଙ୍ଗ ପତ୍ର ସହ ୨ ଚାମଚ ମହୁ ମିଶାଇ ସକାଳେ ଖାଲି ପେଟରେ ପିଇଲେ ଥଣ୍ଡା , କାଶ ଜନିତ ସମସ୍ୟା ଦୂର ହୋଇଥାଏ । ବାସଙ୍ଗ ଗଛର ଫୁଲ କୁ ଶୁଖାଇ ସେଥିରେ ୧୦ ଗ୍ରାମ ଗୁଡ ମିଶାଇ ଏକ ଗୋଲି ପ୍ରସ୍ତୁତ କରି ରଖିବେ ଏବଂ ମୁଣ୍ଡ ବିନ୍ଧିଲେ ସେହି ଗୋଲିରୁ ଗୋଟାଏ ଲେଖା ଖାଇଲେ ଆପଣଙ୍କ ମୁଣ୍ଡ ବିନ୍ଧା ଭଲ ହୋଇଯିବ । ବାସଙ୍ଗ ପତ୍ର ସହ କିଛି  ଗୋଲମରିଚ କୁ ଏକ କପ୍ ପାଣି ରେ ପକାଇ ଫୁଟାଇ ଏହାକୁ ଅଧ କପ୍ କରି ପିଇଲେ ଜ୍ବର,ଆଣ୍ଠୁଗଣ୍ଠି ବିନ୍ଧା ଭଲ ହୋଇଥାଏ । ସେହିଭଳି ଝାଡାରେ ରକ୍ତ ପଡିବା , ଆଖି ଧରିବା ଆଦି ସମସ୍ୟା ଦେଖାଦେଉଥିଲେ ବାସଙ୍ଗ ପତ୍ରର ରସ କୁ ଆପଣ ଏକ ଔଷଧ ଭାବେ ବ୍ୟବହାର କରିପାରିବେ ।

Leave A Reply

Your email address will not be published.