Latest Odisha News

BREAKING NEWS

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଦିଲ୍ଲୀ:ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ । ଯଦି କରୋନା ପଜିଟିଭ ବାହାରିବ ତେବେ ଜୁନ୍ ୨ରେ ଥିବା ଇଂଲଣ୍ଡ ଗସ୍ତରୁ ବିଦା ହୋଇଯିବ । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଥିରେ ଲାଗିଛି ରୋକ୍ । ଆଉ ଏନେଇ ବିସିସିଆଇ ପକ୍ଷରୁ ମଧ୍ୟ କଡା ପଦକ୍ଷେପ ନିଆଯାଇଛି । ଖେଳାଳି ମାନଙ୍କୁ କହି ଦିଆଯାଇଛି କରୋନା ପଜିଟିଭ ବାହାରିଲେ ଦଳରୁ ବହିଷ୍କୃତ ହେବା ଥୟ । ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିବା ସମସ୍ତ ଖେଳାଳିଙ୍କୁ କୁହାଯାଇଛି ଯେ ଗସ୍ତ ପାଇଁ ସମସ୍ତଙ୍କର ରିପୋର୍ଟ ନେଗେଟିଭ ହୋଇଥିବା ଦରକାର ।

ସହାୟକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମାନେ ଆରଟିପିସିଆର ପରୀକ୍ଷା ପରେ ଇଂଲଣ୍ଡ ଗସ୍ତରେ ଯାଇପାରିବେ । । ହେଟେଲରେ ପହଂଚିବା ପରେ ସମସ୍ତଙ୍କର ସେହି ଦିନ ଟେଷ୍ଟ କରାଯିବ । ଯଦି ସେମାନଙ୍କ ମଧ୍ୟରୁ କାହାର ରିପୋର୍ଟ ପଜିଟିଭ ଆସେ ତେବେ ସେମାନେ ଦଳରୁ ବାଦ୍ ପଡିବେ । । ଏହି ଖେଳାଳି ମାନଙ୍କ ପାଇଁ ବିସିସିଆଇ ଅଲଗା ଚାର୍ଟର ଫ୍ଲାଇଟ ପ୍ରଦାନ କରିବ ନାହିଁ । କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ବସିସିଆଇ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହିଁ ।

ଏହା ସହିତ ବିସିସିଆଇ ଦଳର ସଦସ୍ୟ ମାନଙ୍କୁ କୋଭିସିଲ୍ଡର ପ୍ରଥମ ଡୋଜ୍ ନେବାକୁ କହିଛି । ଏହା ପରେ ଇଂଲଣ୍ଡରେ ସେମାନଙ୍କ ପାଇଁ ଦ୍ୱିତୀୟ ଡୋଜ୍ ଦେବାର ବ୍ୟବସ୍ଥା କରାଯିବ । ଇଂଲଣ୍ଡ ଗସ୍ତ ସମୟ ପୂର୍ବରୁ ଖେଳାଳି, ସପୋର୍ଟ ଷ୍ଟାଫ୍ ଓ ସମସ୍ତଙ୍କ ପରିବାର ସଦସ୍ୟଙ୍କଠାରୁ କରୋନା ସମ୍ବନ୍ଧୀୟ ଦୁଇଟି ଯାକ ରିପୋର୍ଟ ନେଭେଟିଭ୍ ହେବା ଆବଶ୍ୟକ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.