Latest Odisha News

BREAKING NEWS

ତୀର୍ଥ ଯାତ୍ରୀ ମିନି ବସକୁ ଧକ୍କା ଦେଲା ଟ୍ରକ୍: ମର୍ମନ୍ତୁଦ ଦୁର୍ଘଟଣାରେ ୭ ମୃତ, ୨୦ରୁ ଅଧିକ ଆହତ

ଅମ୍ବାଲା: ଅଧା ରହିଗଲା ମାତା ବୈଷ୍ଣୋଦେବୀଙ୍କ ଦର୍ଶନ। ତୀର୍ଥ ଯାତ୍ରୀ ମିନି ବସକୁ ଧକ୍କା ଦେଲା ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣା ନେଇଛି ୭ ଜୀବନ। ୨୦ରୁ ଅଧିକ ଆହତ ହୋଇଛନ୍ତି । ହରିୟାଣାର ଅମ୍ବାଲାରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଅମ୍ବାଲା ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି। ଏହି ଗାଡିରେ ସମୁଦାୟ ୨୬ ଜଣ ଲୋକ ଯାତ୍ରା କରୁଥିଲେ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଭକ୍ତମାନେ ମିନି ବସରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ବାହାରିଥିଲେ। ଏହି ସମୟରେ ତୀର୍ଥ ଯାତ୍ରୀ ମିନି ବସ ଟ୍ରକ୍ ସହିତ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ଅମ୍ବାଲାର ଏନଡିଏ ପ୍ଲାଜା ମୋହରା ନିକଟ ଜିଟି ରୋଡରେ ଘଟିଛି। କୁହାଯାଉଛି ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଶିଶୁ ମଧ୍ୟ ଏଥିରେ ସାମିଲ ଅଛି। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଆଦେଶ ହସ୍ପିଟାଲ ଏବଂ ଅନ୍ୟମାନଙ୍କୁ ଅମ୍ବାଲା କ୍ୟାଣ୍ଟନମେଣ୍ଟର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମ୍ବାଲା ପୋଲିସ ଘଟଣାର ତଦନ୍ତ କରୁଛି।

ସକାଳ ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ପରିବାର ମେ ୨୩ ତାରିଖ ସନ୍ଧ୍ୟାରେ ବୈଷ୍ଣବ ଦେବୀଙ୍କ ଦର୍ଶନ ପାଇଁ ବାହାରିଥିଲେ। ସମସ୍ତ ଯାତ୍ରୀ ପରିବାରର ସଦସ୍ୟ ଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଜଣେ ଝିଅ ସାମିଲ ଅଛି। ଏହି ଦୁର୍ଘଟଣାରେ ହରିୟାଣାର ସୋନିପତର ଜଖୋଲୀ ନିବାସୀ ବିନୋଦ (୫୨)ଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଉତ୍ତରପ୍ରଦେଶର ବୁଲନ୍ଦଶାହର କକୌ଼ର ମନୋଜ (୪୨) ଏବଂ ମେହେର ଚାନ୍ଦ, ଗୁଡ୍ଡି, ହାସନପୁରର ଜଣେ ବାସିନ୍ଦା (୪୬), ଜଣେ ୬ ମାସର ଝିଅ ଦୀପ୍ତି ପ୍ରାଣ ହରାଇଛନ୍ତି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି।

Leave A Reply

Your email address will not be published.