Latest Odisha News

BREAKING NEWS

ୟୁନିଟ୍-୧ ହାଟରେ ଅଗ୍ନିକାଣ୍ଡ ରୋକିବାକୁ ମେଗା ପ୍ଲାନ;ନିର୍ମାଣ ହେବ ୱାଟର ସ୍ପ୍ରିଙ୍କଲର ସିଷ୍ଟମ

ଭୁବନେଶ୍ୱର: ୟୁନିଟ୍-୧ ହାଟରେ ଶେଷ ୫ ମାସ ଭିତରେ ଦୁଇଥର ଅଗ୍ନିକାଣ୍ଡ ଘଟିଲାଣି । ଏଥିରେ ପ୍ରାୟ ୮୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଛି । ହାଟ ଭିତରେ ଏଭଳି ଅଗ୍ନିକାଣ୍ଡ ରୋକିବାକୁ ବିଏମ୍ସି ପକ୍ଷରୁ ମେଗା ପ୍ଲାନ ପ୍ରସ୍ତୁତ କରାଯାଇଛି । ହାଟରେ ନିର୍ମାଣ ହେବାକୁ ଯାଉଛି ୱାଟର ସ୍ପ୍ରିଙ୍କଲର ସିଷ୍ଟମ ବା ଫାୟାର ଫାଇଟିଙ୍ଗ ସିଷ୍ଟମ । ବିଏମ୍ସି ପକ୍ଷରୁ ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ । ଫଳରେ ବଡ ବିପଦକୁ ମାତ୍ର କିଛି କ୍ଷଣରେ ଅଟକାଯାଇ ପାରିବ ।

ଏଥିପାଇଁ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍ଡମା) ପକ୍ଷରୁ ବିଏମ୍ସିକୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ହାଟର ପାର୍କିଂ ଥିବା ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ଏଥିରେ ବଡ଼ ଭୂତଳ ପାଣି ଟାଙ୍କି ନିର୍ମାଣ କରାଯିବ । ଏଥିସହ ପମ୍ପ ହାଉସ ରହିବ । ପୁରା ପାଇପ ଲାଇନ୍ ହାଟ ଭିତରେ ବିଛାଯିବ । ସବୁ ଦୋକାନର ଆଗରେ ୱାଟର ସ୍ପ୍ରିଙ୍କଲର ଲାଗିବ । କୌଣସି ସ୍ଥାନରେ ଯଦି ନିଆଁ ଲାଗେ, ଆପେ ଆପେ ସେଠାରୁ ପାଣି ବାହାରିବ । ଏନେଇ ହାଟ ସଂଘ ପକ୍ଷରୁ ବିଏମ୍ସିକୁ ଧନ୍ୟବାଦ ଦିଆଯାଇଛି ।

Leave A Reply

Your email address will not be published.