Latest Odisha News

‘ଖତରୌ କେ ଖିଲାଡି’ରେ ନଜର ଆସିବେ ଏମ୍‌ସି ଷ୍ଟାନ୍‌

ମୁମ୍ବାଇ: ବିଗ୍ ବସ୍ ସିଜିନ୍ ୧୬ର ବିଜେତା ହେବା ପରେ ଏମସି ଷ୍ଟାନ୍‌ଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ନିକଟରେ ସେ ରୋହିତ ଶେଟ୍ଟୀଙ୍କ ରିଅଲିଟି ଶୋ ଖତରୌ କେ ଖିଲାଡିରେ ନଜର ଆସିବେ ।

ଷ୍ଟଣ୍ଟ ଏବଂ ଆକ୍ସନ୍ ଫିଲ୍ମ ପାଇଁ ପ୍ରସିଦ୍ଧ ରୋହିତ ଶେଟ୍ଟୀ ମଧ୍ୟ ତାଙ୍କର ରିଅଲିଟି ସୋ ଖତରୌ କେ ଖିଲାଡି ମଧ୍ୟ ବେଶ୍ ପ୍ରସିଦ୍ଧ । ଏହି ଶୋରେ ଅନେକ ସେଲିବ୍ରିଟି ସାମିଲ ହୋଇଥାନ୍ତି । ନିକଟରେ ଏହି ଶୋର ଆଉ ଏକ ସିଜିନ୍ ଆରମ୍ଭ ହେବାକୁ ଯାଉଛି । ଏଥିରେ ସାମିଲ ହେବେ ବିଗ୍‌ବସ୍ ସିଜିନ୍ ୧୬ର ବିଜେତା ଏମସି ଷ୍ଟାନ୍ । ବିଗ୍‌ବସର ପ୍ରତିଯୋଗୀ ସାଜିଥିବା ପ୍ରିୟଙ୍କା ଚହର ମଧ୍ୟ ଏହି ରିଅଲିଟ୍ ଶୋରେ ଭାଗ ନେବେ ବୋଲି ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ବାସ୍ତବରେ, ଏମସି ଷ୍ଟାନ୍ ସାମିଲ ହେବେ ।
ବିଗ୍ ବସ୍ ସିଜନ୍ ୧୬ର ବିଜେତା ହେବା ପରେ ଏମସି ଷ୍ଟାନ୍ ଏବେ ବହୁତ ବ୍ୟସ୍ତ ଅଛନ୍ତି । ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅଫର ପରେ ଅଫର ମିଳୁଛି । ସେ କ୍ରମାଗତ ଭାବରେ ଅନେକ ଶୋ କରୁଛନ୍ତି ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି ।

Leave A Reply

Your email address will not be published.